Below header

ସମୁଦ୍ର ମଧ୍ୟରେ ପାଚେରୀ କଲେ ତରଳିବ ନାହିଁ ଗ୍ଲେସିୟର୍ ! ବୈଜ୍ଞାନିକଙ୍କ ନୂଆ ଗବେଷଣା

ଗ୍ଲେସିୟରକୁ ତରଳିବାରେ ଅଟକାଯାଇପାରିବ । ଏକ ନୂଆ ତରିକା ଖୋଜିବାହାର କରିଥିବାର ଦାବି କରିଛନ୍ତି ବୈଜ୍ଞାନିକ । ମାତ୍ର ଗୋଟିଏ ଧାତୂର ପାଚେରୀ ଏହି ଗ୍ଲେସିୟରକୁ ତରଳିବାରେ ଅଟକାଇପାରିବ । ଏହାଦ୍ବାରା ଜଳସ୍ତର ବଢିବାର କମ୍ ହେବା ସହ ସମୁଦ୍ରକୂଳିଆ ସହର ବୁଡିବାର ବିପଦ ମଧ୍ୟ କମ୍ ହେବ । ୟୁରୋପିଆନ୍ ଜିଓସାଇନ୍ସ ୟୁନିୟନ୍ ରିପୋର୍ଟ ମୂତାବକ ସମୁଦ୍ରରେ ତିଆରି ହୋଇଥିବା ଏହି ପାଚେରୀ ଗ୍ଲେସିୟର୍ ନିକଟରେ ଗରମ ପାଣି ପହଂଚିବାକୁ ଦେବ ନାହିଁ । ଯାହା ଫଳରେ ହିମଖଣ୍ଡ ତରଳି ସମୁଦ୍ରରେ ପଡିବ ନାହିଁ ।

୨୦୧୬ରେ ନାସା ଏକ ଗବେଷଣାରେ କହିଥିଲା ଯେ ପଶ୍ଚିମ ଆଣ୍ଟାର୍କଟିକାର ବରଫ ଖୁବ୍ ତୀବ୍ର ଗତିରେ ତରଳିବାରେ ଲାଗିଛି । ଯାହାର କାରଣ ହେଉଛି ପାହାଡ ତଳେ ଥିବା ଗରମ ପାଣି ।

glaciers ତେବେ ଏହି ଗ୍ଲେସିୟରକୁ ତରଳିବାରୁ ଅଟକାଇବା ପାଇଁ ପ୍ରାୟ ୩୦୦ ମିଟର ଉଚ୍ଛା ପାଚେରୀ ତିଆରି କରିବାକୁ ପଡିବ । ଯେଉଁଥିରେ ୦.୧ କ୍ଯୁବିକ୍ କିମିରୁ ୧.୫ କ୍ଯୁବିକ୍ କିମି ଧାତୁ ଲାଗିବ । କିନ୍ତୁ ଏଥିରେ ଖୁବ୍ ଖର୍ଚ୍ଚ ହେବ । ଏହା ପୂର୍ବରୁ ଏହି ଟେକନିକରେ ଦୁବାଇର ପାମ୍ ଜୁମେରା ନିକଟରେ ଏବଂ ହଙ୍ଗକଙ୍ଗ୍ ଇଣ୍ଟରନ୍ଯାସନାଲ୍ ଏୟାରପୋର୍ଟ ବନାଯାଇଥିଲା ।

ଦୁବାଇର ଜୁମେରା ପାଇଁ ୦.୧ କ୍ଯୁବିକ୍ କିମି ଧାତୁରେ ପାଚେରୀ ତିଆରି ହୋଇଥିଲା । ଯେଉଁଥିରେ ଖର୍ଚ୍ଚ ହୋଇଥିଲା ୮୬ କୋଟି  ।  ସେହିପରି ହଙ୍ଗକଙ୍ଗ୍ ଇଣ୍ଟରନ୍ଯାସନାଲ୍ ଏୟାରପୋର୍ଟ ପାଇଁ ୦.୩ କିମି ଧାତୁରେ ପାଚେରୀ ବନାଇବା ପାଇଁ ପ୍ରାୟ ଦେଢ ଲକ୍ଷ କୋଟି ଖର୍ଚ୍ଚ ହୋଇଥିଲା । ୩୦ ପ୍ରତିଶତ ସଫଳ ହୋଇପାରେ

ବୈଜ୍ଞାନିକଙ୍କ ମତ ସମୁଦ୍ରରେ ତିଆରି ଏହି ଧାତୁର ପାଚେରୀ ବିଶ୍ବର ସବୁଠାରୁ ବଡ଼ ସିଭିଲ୍ ଇଞ୍ଜିନିୟରିଂ ପ୍ରୋଜେକ୍ଟ । ଯାହା ଦୁନିଆର ସବୁଠାରୁ ଚ୍ଯାଲେଞ୍ଜିଂ ପ୍ରୋଜେକ୍ଟ ମଧ୍ୟ, ଯାହା ସଫଳ ହେବାର ସମ୍ଭାବନା ୩୦ ପ୍ରତିଶତ ମାତ୍ର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.