Below header

କୋହଲି ଓ ମୀରାବାଇଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ : ଆଜି ପ୍ରଦାନ କରାଯାଇଛି ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ଭାରତୀୟ କ୍ରିକେଟ୍ ଅଧିନାୟକ ବିରାଟ କୋହଲି ଏବଂ ମହିଳା ଭାରୋତ୍ତୋଳନକାରୀ ସାଇଖମ ମୀରାବାଇ ଛାନୁଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ଗତ ସପ୍ତାହରେ ଏହି ଦୁଇ କ୍ରୀଡ଼ାବିତଙ୍କ ନାମ କେନ୍ଦ୍ର ସରକାର ଘୋଷଣା କରିଥିଲେ ।

KOHLI AND ANUSKHA

ଏହା ସହିତ ଜାଭେଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା, ଆଥଲେଟ୍ ଜିନସନ୍ ଜନସନ, ହିମା ଦାସ, ମନଜିତ ସିଂହ, ଶୁଭଙ୍କର ଶର୍ମା, ଶ୍ରେୟାସୀ ସିଂହ, ରୋହନ ବୋପାନ୍ନା ପ୍ରମୁଖଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି । ତାରକ ସିଂହଙ୍କ ସମେତ ୮ ଜଣ କୋଚଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.