Below header

ଅଧାରୁ ଭାଙ୍ଗି ଯାଉଛି କି ନଖ ? ମନ ଦୁଃଖ କରନ୍ତୁ ନାହିଁ, ବଢାଇବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଲମ୍ବା ନଖ ରଖିବା ଅଧିକାଂଶ ଝିଅ ମାନଙ୍କର ପସନ୍ଦ। କିନ୍ତୁ ନଖକୁ ଲମ୍ବା କରିବା କୌଣସି ସହଜ କଥା ନୁହେଁ। ଯଦି ସହଜ ହୋଇଥାଏ ତେବେ ସମସ୍ତଙ୍କ ହାତରେ ଲମ୍ବା ନଖ ଦେଖିବାକୁ ମିଳିଥାନ୍ତା। ଅନେକ ଝିଅ ମାନଙ୍କର ନଖ ଲମ୍ବା ହୋଇଥାଏ କିନ୍ତୁ ସୁନ୍ଦର ହୋଇନଥାଏ। ଆସନ୍ତୁ ଜାଣିବା ନଖକୁ ସୁନ୍ଦର ଏବଂ ଲମ୍ବା କରିବାର ଟିପ୍ସ…।

nails1ପ୍ରାୟ ମହିଳାଙ୍କର ନଖ ବଢ଼ିଥାଏ କିନ୍ତୁ ଦୁର୍ବଳ ହେବା କାରଣରୁ ଶୀଘ୍ର ଭାଙ୍ଗି ଯାଇଥାଏ। ଆପଣ ନିଶ୍ଚୟ ଭାବୁଥିବେ ଏପରି କାହିଁକି ହେଉଛି। ଏମିତି ହେବାର କାରଣ ହେଉଛି ଆମର ଶରୀରରେ ପୋଷକ ତତ୍ତ୍ବର ଅଭାବ। ଏଥିପାଇଁ ସର୍ବ ପ୍ରଥମେ ଆପଣଙ୍କୁ ଆପଣଙ୍କର ଡାଏଟରେ ପରିବର୍ତ୍ତନ କରିବାକୁ ହେବ। ଆପଣଙ୍କୁ କିଛି ଏମିତି ଜିନିଷ ଆପଣଙ୍କ ଡାଏଟରେ ସାମିଲ କରିବାକୁ ପଡିବ ଯାହା ଦ୍ବାରା ଆପଣଙ୍କୁ ପୋଷକ ତତ୍ତ୍ବ ମିଳିବ।

କମଳା ରସ

orangeକମଳାର ରସକୁ ଦସ ମିନିଟ ପର‌୍ୟ୍ୟନ୍ତ ଆପଣଙ୍କ ନଖରେ ଲଗାନ୍ତୁ। ଏହା ପରେ ଆପଣଙ୍କ ହାତକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ। କିଛି ଦିନ ପର୍ଯ୍ଯନ୍ତ ଏପରି କରିବା ଦ୍ବାରା ଆପଣଙ୍କ ନଖ ବଢ଼ିବାକୁ ଲାଗିବ।

ଅଲିଭ ଅଏଲ

olive-oil-and-olivesନଖ ଲମ୍ବା କରିବା ପାଇଁ ସବୁବେଳେ ଅଲିଭ ଅଏଲ ଦ୍ବାରା ନଖକୁ ମାଲିସ କରନ୍ତୁ। ଭିଟାମିନ ଇ’ ରେ ଭରପୂର ଅଲିଭ ଅଏଲ ନଖକୁ ପୋଷଣ ପ୍ରଦାନ କରିଥାଏ ଏବଂ ରକ୍ତର ଫ୍ଲୋ ନଖ ପର‌୍ୟ୍ୟନ୍ତ ବଢ଼ିଥାଏ ଯାହା ଦ୍ବାରା ନଖ ଶୀଘ୍ର ବଢ଼ିବା ଆରମ୍ଭ ହୋଇଥାଏ।

ରସୁଣ

garlicନଖକୁ ବଢ଼ାଇବା ପାଇଁ ରସୁଣ ଏକ ଭଲ ଉପାୟ ବୋଲି ଧରାଯାଏ। ରସୁଣକୁ ଦୁଇ ଖଣ୍ଡରେ କାଟି ୧୦ ମିନିଟ ପର୍ଯ୍ଯନ୍ତ ଆପଣଙ୍କ ନଖ ଉପରେ ଲଗାନ୍ତୁ । ଏପରି କରିବା ଦ୍ବାରା ଆପଣଙ୍କ ନଖ ଭଲଭାବେ ବଢ଼ିଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.