ନିଶା ଦେଇ ଲୁଟି ନେଲେ ସର୍ବସ୍ବ, ବରମୁଣ୍ଡା ଅଞ୍ଚଳରୁ ଅଚେତ ଅବସ୍ଥାରେ ଯୁବକ ଉଦ୍ଧାର

ଭୁବନେଶ୍ବର (କେନ୍ୟୁଜ୍) : ପୁଣି ଭୁବନେଶ୍ବରର ପ୍ରମୁଖ ଅଞ୍ଚଳ ବରମୁଣ୍ଡାରେ ଘଟିଛି ନିଶା ଦେଇ ଲୁଟ୍ ଘଟଣା । ଗଞ୍ଜାମ ଜିଲ୍ଲା କନକିଆ ଅଞ୍ଚଳର ପ୍ରଭୁଦେବା ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କୁ ନିଶା ଦିଆ ଲୁଟେରାଙ୍କ ଶିକାର ହୋଇଛନ୍ତି । ଆଜି ଭୋର ସମୟରେ ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ପ୍ରଭୁଦେବା ନାମକ ଏହି ବ୍ୟକ୍ତି ଜଣକ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ । ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲେ । ତେବେ ଚେତା ନଥିବା ଯୋଗୁଁ ସେ କିଛି କହି ପାରିନଥିଲେ । ତେଣୁ କିଭଳି ପରିସ୍ଥିତିରେ ତାଙ୍କୁ ନିଶା ଦିଆଗଲା ସେକଥା ସ୍ପଷ୍ଟ ହୋଇନାହିଁ । ତାଙ୍କ ଠାରୁ ସବୁ ଜିନିଷପତ୍ର ଲୁଟ୍ ହୋଇଯାଇଛି । ପୋଲିସ୍ ଘଟଣାର ତଦନ୍ତ କରୁଛି । ଆଧାର କାର୍ଡ଼ରୁ ପ୍ରଭୁଦେବାଙ୍କର ପରିଚୟ ଜଣାପଡ଼ିଥିଲା ।

NISADIA LOTERRA-2

ବରମୁଣ୍ଡା ବସଷ୍ଟାଣ୍ଡ ଅଞ୍ଚଳରେ ପୂର୍ବରୁ ଅନେକଥର ଏଭଳି ଘଟଣା ଘଟିଛି । ତେବେ ଏହି ନିଶାଦିଆ ରାକେଟ୍ କେଉଁଭଳି ଭାବେ ତାର କାମ କରୁଛି ସେ ସମ୍ପର୍କରେ ପୋଲିସ୍ ଟେର ପାଉନାହିଁ । ଅନ୍ୟପକ୍ଷରେ ନିଶାଦିଆ ଲୁଟେରାଙ୍କ ଶିକାର ହେଉଥିବା ଅନେକ ବ୍ୟକ୍ତି ଜୀବନ ବଞ୍ଚି ଯାଇଥିବାରୁ ଈଶ୍ବରଙ୍କୁ ଧନ୍ୟବାଦ ଦେଇ ଘରକୁ ଫେରି ଯାଉଛନ୍ତି । କିନ୍ତୁ ପୋଲିସରେ ଅଭିଯୋଗ କରୁ ନାହାନ୍ତି । କିଛି ଯୁବତୀ ଓ ଯୁବକ ଏହି ନିଶାଦିଆ ଲୁଟେରାଙ୍କ ରାକେଟରେ ସାମିଲ ଥିବା ଜଣାପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.