Below header

ପୋଲିସ ଜାଲରେ ପଡିଲେ ନକଲି ଇନକମ୍‌ ଟ୍ୟାକ୍ସ ଅଫିସର, ମିଛ ପରିଚୟ ଦେଇ ଚଳାଇଥିଲେ ଲୁଟ ତରାଜ

ସମ୍ବଲପୁର(କେ ନ୍ୟୁଜ):  ସମ୍ବଲପୁର ପୋଲିସ ଆଜି ଜଣେ ନକଲି ଇନକମ୍‌ ଟ୍ୟାକ୍ସ ଅଫିସରଙ୍କୁ ଗିରଫ କରିଛି । ନକଲି ଅଧିକାରୀ ଜଣକ ହେଉଛନ୍ତି ବାଙ୍ଗାଲୋରର ବିଶାଳ ରାଜକୁମାର ନିଲେଙ୍ଗେ। ସୂତ୍ରରୁ ଜଣାଯାଇଛିଯେ ବିଶାଳ ହେଉଛନ୍ତି ଜଣେ ଏମବିଏ ଛାତ୍ର। ଏହି ଯୁବକ ଜଣଙ୍କ ନିଜକୁ ଆୟକର ବିଭାଗର ଅତିରିକ୍ତ କମିସିନର ଭାବେ ନକଲି ପରିଚୟ ଦେଇ ବିଭିନ୍ନ ସୁନା ଦୋକାନରୁ ସୁନା ଗହଣା ଲୁଟି ଆସୁଥିଲେ । ସୁନା ଦୋକାନ ମାନଙ୍କରେ ନକଲି ଏନଇଏଫ୍‌ଟି କାରବାରର ମେସେଜ୍‌ ଦେଖାଇ ସୁନା ନେଇ ଚମ୍ପଟ ମାରୁଥିଲେ । କେବଳ ସମ୍ବଲପୁରରେ ନୁହେଁ ପୁରୀ, ବ୍ରହ୍ମପୁର, ଝାରସୁଗୁଡା

ସମେତ ରାଜ୍ୟ ବାହାରର ମଧ୍ୟ ବିଭିନ୍ନ ସ୍ଥାନରେ ନିଜର ଏହି କଳା କାରନାମା ଚଳାଇ ଆସୁଥିଲେ ବୋଲି ସମ୍ବଲପୁର ଏସ୍‌ପି ସୂଚନା ଦେଇଛନ୍ତି । ଏହି ମାମଲାରେ ସମ୍ବଲପୁର ପୋଲିସ ପ୍ରାୟ ୧୩୨ଗ୍ରାମ ସୁନା ଜବତ କରିଥିବା ସୂଚନା ମିଳିଛି । ନକଲି ସୁନା କିଣିବା ଅଭିଯୋଗରେ ବାଙ୍ଗାଲୋରର ବି. ନିତୀନ କୁମାରଙ୍କୁ ବି ଗିରଫ କରାଯାଇ ପଚରା ଉଚରା ଜାରି ରଖାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.