ଅନ୍ତର୍ଜାତୀୟ ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତିଲେ ଓଡ଼ିଆ ଝିଅ ଝିଲି ଦଳ ବେହେରା, ଶ୍ରାବଣୀଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର (କେନ୍ୟୁଜ୍‌) : ଉଜବେକିସ୍ଥାନର ତାସକେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଲେ ଓଡ଼ିଆ ଝିଅ ଝିଲି ଦଳବେହେରା । ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଏହି ମହିଳା ଭାରୋତ୍ତୋଳକ।
ତାସକେଣ୍ଟରେ ଚାଲିଥିବା ସିନିଅର ଅନ୍ତର୍ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାର ୪୫ କିଲୋଗ୍ରାମ ବର୍ଗରେ ଝିଲି ସ୍ୱର୍ଣ୍ଣ ଜିତିଛନ୍ତି। ଝିଲି ସ୍ନାଚ୍‌ରେ ୬୯ କିଲୋଗ୍ରାମ ଓ କ୍ଲିନ୍‌ ଆଣ୍ଡ ଜର୍କରେ ୮୮ କିଲୋଗ୍ରାମ ଏପରି ମୋଟ ୧୫୭ କିଲୋଗ୍ରାମର ଓଜନ ଟେକି ସଫଳତା ପ୍ରଥମ ହୋଇଛନ୍ତି। ଝିଲି ଦଳବେହେରାଙ୍କୁ ତାଙ୍କର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। । ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେହିପରି ଜାମାଇକାରେ ଖେଳା ଆୟୋଜିତ ଅନ୍ତର୍ଜାତୀୟ ଆଥଲେଟିକ୍ସରେ ଓଡ଼ିଶାର ଧାବିକା ଶ୍ରାବଣୀ ନନ୍ଦ ତୃତୀୟ ସ୍ଥାନ ପାଇଛନ୍ତି । ସେ ମହିଳା ୨୦୦ ମିଟର ଦୌଡ଼ରେ ୨୩.୨୯ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଶ୍ରାବଣୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

srabani

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.