ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ଜଣେ ମୃତ ଓ ଜଣେ ଗୁରୁତର

ଭୁବନେଶ୍ୱର(କେ ନ୍ୟୁଜ): ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ନିକଟରେ ସଡକ ଦୁର୍ଘଟଣା ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୁଚନା ମୁତାବକ ଦାରୁଠେଙ୍ଗ ପଟୁ ଚନ୍ଦକା ଦେଇ ଜଣ ଯୁବକ ବାଇକ ଯୋଗେ କଳିଙ୍ଗ ଷ୍ଟୁଡିଓ ଆଡକୁ ଯାଉଥିଲେ। ଚନ୍ଦକା ଥାନା ପଛ ପଟୁ ମାତ୍ର ୧କିଲୋମିଟର ଯିବା ପରେ ଏକ ଟର୍ଣ୍ଣିଂ ପଏଣ୍ଟରେ ଯୁବକଙ୍କ ବାଇକ ହଠାତ ଏକ ଗଛରେ ପିଟି ହୋଇଥିଲା ।

ଯାହାଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଚନ୍ଦକା ଥାନା ପିସିଆର୍ ଘଟଣା ସ୍ଥଳରେ ପହଁଚି ଆହତଙ୍କୁ ମେଡ଼ିକାଲ ନେଇଥିବା ବେଳେ ମୃତ ବ୍ୟକ୍ତିଙ୍କ ଶବ ଵେବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିବା ନେଇ ସୂଚନା ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଦୁଇ ବାଇକ ଆରୋହୀ ନିଶାସକ୍ତ ଥିଲେ |

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.