ଖୁସି ଖବର: ବଦଳିଗଲା ଏଲ୍‌ପିଜିର ଏହି ନିୟମ, ଏବେ ଗ୍ୟାସ୍‌ ସିଲିଣ୍ଡର ନେବା ହେଲା ଆହୁରି ସହଜ, ଏମିତି କରନ୍ତୁ ଆବେଦନ

ଇଣ୍ଡିଆନ ଅଏଲ୍‌ କର୍ପୋରେଶନ(IOCL) ସାଧାରଣ ଲୋକଙ୍କୁ ବଡ଼ ଖୁସି ଖବର ଦେଇଛି। ଏବେ ଆପଣ ବିନା ଠିକଣା ପ୍ରମାଣରେ ମଧ୍ୟ ଏଲ୍‌ପିଜି ସିଲିଣ୍ଡର ନେଇ ପାରିବେ। ପୂର୍ବରୁ ଯେଉଁ ଲୋକଙ୍କ ପାଖରେ ଠିକଣା ପ୍ରମାଣ ନ ଥିଲା, ସେମାନଙ୍କୁ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ମିଳୁ ନ ଥିଲା। ଏବେ IOCL ଲୋକଙ୍କୁ ଛାଡ୍‌ ଦେବାକୁ ଯାଇ ରନ୍ଧନ ଗ୍ୟାସ୍‌ ଉପରେ ଠିକଣା ବାଧ୍ୟତାକୁ ବନ୍ଦ କରି ଦେଇଛି।

ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ଦୁଇ ବର୍ଷରେ ୧ କୋଟିରୁ ଅଧିକ ମାଗଣା ଏଲ୍‌ପିଜି ସଂଯୋଗ ଦେଇଛନ୍ତି। ସରକାର ଏବେ ବିନା ରେସିଡେନ୍ସି ପ୍ରମାଣରେ ଏଲ୍‌ପିଜି ସଂଯୋଗ ଦେଉଛନ୍ତି। ଏଥି ସହିତ ଲୋକଙ୍କୁ ନିଜ ନିକଟସ୍ଥ ୩ ଡିଲରଙ୍କଠାରୁ ଗୋଟିଏ ରିଫିଲ୍‌ ସିଲିଣ୍ଡର ନେବାର ବିକଳ୍ପ ମଧ୍ୟ ମିଳିବ।
ଏମିତି ବୁକ୍‌ କରନ୍ତୁ ଏଲ୍‌ପିଜି ସିଲିଣ୍ଡର

ଇଣ୍ଡେନର ଏଲ୍‌ପିଜି ସିଲିଣ୍ଡର ବୁକ୍‌ କରିବା ପାଇଁ 8454955555 ନମ୍ବରରେ ମିସ୍‌ଡ କଲ୍‌ କରନ୍ତୁ। ଦେଶର କୌଣସି ବି କୋଣରୁ ଏହି ନମ୍ବରରେ ମିସ୍‌ଡ କଲ୍‌ କରି ଆପଣ ସିଲିଣ୍ଡର ବୁକ୍‌ କରାଇ ପାରିବେ। ଏହା ବ୍ୟତୀତ ଆପଣ ହ୍ଵାଟସ୍‌ଆପ ଜରିଆରେ ମଧ୍ୟ ସିଲିଣ୍ଡର ବୁକ୍‌ କରାଇ ପାରିବେ। ରିଫିଲ ଟାଇପ୍‌ କରି ଆପଣ 7588888824 ନମ୍ବରରେ ମେସେଜ କରି ଦିଅନ୍ତୁ। ଏବେ ଆପଣଙ୍କ ସିଲିଣ୍ଡର ବୁକ୍‌ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.