ପୋଲିସ ଏନକାଉଣ୍ଟ, ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଆବୁଝାମାଡ଼ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ୨ ହାର୍ଡକୋର ମାଓବାଦୀ ନିହତ ।

ମାଲକାନଗିରି (କେନ୍ୟୁଜ): ୨ ହାର୍ଡକୋର ମାଓବାଦୀ ନିହତ । ପୋଲିସ ଏନକାଉଣ୍ଟରରେ ଟଳିପଡ଼ଲେ ଦୁଇ ମାଓବାଦୀ । ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଆବୁଝାମାଡ଼ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଥିବା ସୂଚନା ଦେଇଛନ୍ତି ନାରାୟଣପୁର ଏସପି ପୁଷ୍କର ଶର୍ମା ।