ଭୁବନେଶ୍ୱର ଭରତପୁର ଛକରେ ଦୁର୍ଘଟଣାକୁ ନେଇ ତୁମୁଳକାଣ୍ଡ, ପୋଲିସର ଲାଠି ଚାର୍ଜ ପରେ ଉତ୍ତେଜନା

ଭୁବନେଶ୍ବର(କେନ୍ଯୁଜ୍) : ଭୁବନେଶ୍ୱର ଭରତପୁର ଛକରେ ଦୁର୍ଘଟଣାକୁ ନେଇ ତୁମୁଳକାଣ୍ଡ ଘଟିଯାଇଛି । ଯାହାକୁ ନେଇ ଆଜି ମଧ୍ଯ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସୂଚନା ଅନୁଯାୟୀ ଗତକାଲି ରାତିରେ ଏକ କାର୍‌ ଦୁଇ ଜଣ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ ନେଇ ଉତ୍ୟକ୍ତ ଲୋକେ କାର୍‌ ଡ୍ରାଇଭରକୁ ନିସ୍ତୁକ ମାଡ ମାରିବା ସହ କାର୍‌କୁ ଓଲଟାଇ ଦେଇଥିଲେ।

carଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏପରିକି ଉତ୍ୟକ୍ତ ଲୋକମାନେ ପୋଲିସକୁ ନିସ୍ତୁକ ମାଡ ମାରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲାଠିଚାଳନା କରିବାକୁ ପଡିଥିଲା। ଦୁର୍ଘଟଣାରେ ବାଇକ୍‌ରେ ଯାଉଥିବା ବସ୍ତିର ସନ୍ତୋଷ ସାହୁ ଓ ବୃନ୍ଦାବନ ସାହୁଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଯାହାକୁ ନେଇ ଉତ୍ତେଜନା ଲାଗି ରହିଛି।

Leave A Reply

Your email address will not be published.