ମାଛ ଧରିବା ହେଲା କାଳ, ବୈତରଣୀ ବ୍ୟାରେଜ୍ କେନାଲରେ ୨ ନିଖୋଜ

ଆନନ୍ଦପୁର (କେନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ବଣିଆବୁଡିଠାରେ ଥିବା ନିର୍ମାଣାଧୀନ ବ୍ୟାରେଜ କେନାଲକୁ ମାଛ ଧରିବାକୁ ଯାଇ ୨ ଯୁବକ ନିଖୋଜ । ନିଖୋଜ ଦୁଇଜଣ ହେଲେ ଶରତ ଜେନା ଓ ସଂଜୟ ଜେନା । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ମଧ୍ୟ ନିଖୋଜ ଯୁବକଙ୍କୁ ପାଇନଥିଲେ। ଅଧାରୁ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଥିଲା। ତେବେ ଏହାର ପ୍ରତିବାଦରେ ଶତାଧିକ ଲୋକ ଛେନାପଦି-ହଦଗଡ ରାସ୍ତା ଅବରୋଧ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଗାଡ଼ି ଅଟକି ରହିଥିଲା। ନନ୍ଦିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା ବେଳେ  ଅଗ୍ନିଶମ କର୍ମଚାରୀ ପୁଣି ଖୋଜା ଖୋଜି ଚଳାଇଛନ୍ତି ।

 

Leave A Reply

Your email address will not be published.