ବୈଜ୍ଞାନିକଙ୍କ ଐତିହାସିକ ରିସର୍ଚ୍ଚ, ଏବେ ମୃତ୍ୟୁ ପୂର୍ବରୁ ଜଣାପଡିଯିବ ମୃତ୍ୟୁର କାରଣ

ଜନ୍ମ ଥିଲେ ମୃତ୍ୟୁ ନିଶ୍ଚିତ । ଆଉ ମୃତ୍ୟୁ ବ୍ୟତୀତ ଅନ୍ୟ ସମସ୍ତ ଜିନିଷରେ ବିଜୟ ହାସଲ କରିସାରିଛି ମଣିଷ । କିନ୍ତୁ ମୃତ୍ୟୁ ଉପରେ ନିରନ୍ତର ପରୀକ୍ଷା ଚଳାଇଛନ୍ତି ବୈଜ୍ଞାନିକ । ଯାହା ପରେ ମୃତ୍ୟୁ ନାମକ ଏହି ଅତୁଟ ସତ୍ୟ ଉପରେ ବିଜୟ ହାସଲ କରିବା ମଧ୍ୟ ବେଶୀ ଦୂର ନାହିଁ ।

deathତେବେ ମୃତ୍ୟୁକୁ ଜିତିବା ବା ହାରିବା ପର କଥା । କିନ୍ତୁ ଏବେ ଏକ ନୂଆ ପରୀକ୍ଷଣ ମାଧ୍ୟମରେ ଆପଣଙ୍କ ମୃତ୍ୟୁର କାରଣ ଜଣାପଡିବ । କଣ ଚମକି ପଡିଲେ ନା । କିନ୍ତୁ ଏହା ସତ କଥା । ଏବେ ମୃତ୍ୟୁ ପୂର୍ବରୁ ଜଣା ପଡିବ ମୃତ୍ୟୁର କାରଣ । ବିଜ୍ଞାନ ଦୁନିଆରେ ଏଭଳି ବିପ୍ଳବ ଆଣିଛନ୍ତି ଚୀନୀ ବୈଜ୍ଞାନିକ । ଏହି ପରୀକ୍ଷଣ ଅନୁଯାୟୀ ବ୍ୟକ୍ତିର ପରିଶ୍ରା ପରୀକ୍ଷା କରି ମୃତ୍ୟୁର ଅସଲ କାରଣ ଜାଣିପାରିବେ ବିଶେଷଜ୍ଞ । ଏହି ଯାଂଚରେ ବୟସ ସମ୍ବନ୍ଧୀୟ ରୋଗର କାରଣ ପତ୍ତା ଲଗାଇ ମୃତ୍ୟୁର କାରଣ ଖୋଜାଯାଇପାରିବ ।

ଏହା ସହ ପଢନ୍ତୁ : ଜାଣିଛନ୍ତି କି କାହିଁକି, ଷ୍ଟେସନ ନାମ ଫଳକରେ ଲେଖାଯାଇଥାଏ ସମୁଦ୍ର ପତନ ଠାରୁ ଉଚ୍ଚତା

ଏହି ଐତିହାସିକ ଅଧ୍ୟୟନ ବିଷୟରେ ଦ ଜର୍ନଲ୍ ଫ୍ରଣ୍ଟାୟର୍ସ ଏଜିଙ୍ଗ୍ ନ୍ୟୁରୋସାଇନ୍ସ ନାମକ ପତ୍ରିକାରେ ପ୍ରକାଶ ପାଇଛି । ଚୀନର ସିଚୁଆନ୍ ୟୁନିଭର୍ସିଟିର ବିଶେଷଜ୍ଞ ମାନେ ଏହି ରିସର୍ଚ୍ଚ କରିଛନ୍ତି । ଏହି ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବୟସ ବଢିବା ସହ ପରିଶ୍ରାରେ ଥିବା କିଛି ଖାସ୍ ତତ୍ବର ସ୍ତରରେ ବୃଦ୍ଧି ହୋଇଥାଏ । ଆଉ ପରିଶ୍ରାରେ ଆସୁଥିବା ଏହି ତତ୍ବ ଆଧାରରେ ଜଣେ ବ୍ୟକ୍ତିର ମୃତ୍ୟୁର କାରଣ ଜଣାପଡିବ ।

Leave A Reply

Your email address will not be published.