Below header

କେମିତି ଗଛରେ ଝୁଲିଲା ତିନି ସାଙ୍ଗଙ୍କ ମରଶରୀର? ଘଟଣା ସ୍ଥଳରେ ତଦନ୍ତ କରୁଛି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍

ଉମରକୋଟ(କେନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ  ତୋହରା ପଞ୍ଚାୟତର ଡଙ୍ଗରିଭଟା ଠାରେ ଗତ କାଲି ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା । ଏକ ଗଛର ୩ ଯୁବତୀଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା।  ତିନି ଯୁବତୀଙ୍କ ପରିଚୟ ବି ମିଳିଛି। ତିନି ଯୁବତୀ  ତିନି ସାଙ୍ଗ ବୋଲି ସୂଚନା ମିଳିଛି । ତିନି ଯୁବତୀଙ୍କ ମଧ୍ୟରୁ ଦୁଇ ଜଣ ନାବାଳିକା ଥିବା ସୂଚନା ମିଳିଛି। ସମସ୍ତେ ତୋହରା ଗ୍ରାମର  ବୋଲି ଜଣା ପଡ଼ିଛି ।

ତିନି ଜଣ ଯାକ ନିଜ ନିଜ ଓଢ଼ଣୀରେ  ଗୋଟିଏ କୁସୁମ ଗଛରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ  ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ଉମରକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏଥିସହ ନବରଙ୍ଗପୁରରୁ ଏକ ସାଇଣ୍ଟିଫିକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଉମରକୋଟ ତହସିଲଦାର ମାଜିଷ୍ଟ୍ରେଟ ଦାୟିତ୍ଵରେ ରହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାଥମିକ ତଦନ୍ତରୁ  ଏହାକୁ ଆତ୍ମହତ୍ୟା ବୋଲି କହିଛି ପୋଲିସ। କିନ୍ତୁ ଆତ୍ମହତ୍ୟାର କାରଣ ଜଣା ପଡ଼ିନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ ଟିମ୍ ର ସବିଶେଷ ତଦନ୍ତ ପରେ ସବୁ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.