ଘରୁ ଡକାୟତି ଉଦ୍ୟମ ପରେ ଫାଙ୍କା ଗୁଳି ଫୁଟାଇ ଫେରାର ମାରୁଥିଲେ ଦୁର୍ବୃତ୍ତ, ଗାଁ ଲୋକ ଧରି ଦେଲେ ଉତ୍ତମ ମଧ୍ୟମ  

କେନ୍ଦ୍ରାପଡା(କେନ୍ୟୁଜ୍): ଡକାୟତ କରିବାକୁ ଯାଇ ଧରାପଡିଲେ ଦୁଇ ଦୁର୍ବୃତ୍ତ । ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ବଢିହ ପଂଚାୟତ କାକଟପୁର ଗାଁରେ । ଗତକାଲି ବିଳମ୍ବିତ ରାତିରେ  କାର୍ତ୍ତିକ ସ୍ବାଇଁଙ୍କ ଘରେ ମାରଣାସ୍ତ୍ରରେ ଆକ୍ରମଣ  କରି ସଶସ୍ତ୍ର ଡକାୟତି ଉଦ୍ୟମ କରିବା ସହ ସୁନା ଟଙ୍କା ନେବା ପାଇଁ  ପରିବାରର ୨ ଜଣଙ୍କୁ  ହାଣି ଥିଲେ ।

dacoit

କିନ୍ତୁ ଡକାୟତିରେ ବିଫଳ ହେବା ପରେ  ଫାଙ୍କା ଗୁଳି ଫୁଟାଇ ସେଠାରୁ ଫେରାର ପାଇଁ  ଉଦ୍ୟମ କରିଥିଲେ। କିନ୍ତୁ ଏତିକି  ବେଳେ ୨ ଜଣ ଦୁର୍ବୃତ୍ତଙ୍କୁ କାବୁ କରିଦେଇଥିଲେ ଗ୍ରାମବାସୀ। ସେମାନଙ୍କୁ  ନିସ୍ତୁକ ପିଟିବା ସହ ତନ୍ତିଆପାଳ ସାମୁଦ୍ରୀକ ପୋଲିସର ଜିମା ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.