ଚୋରି ହୋଇଗଲା ସୋନମଙ୍କ ଜେଜେ ଶାଶୁଙ୍କ ପର୍ସ, ୨.୪ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଜିନିଷ ଗାଏବ ବୋଲି ଥାନାରେ ଅଭିଯୋଗ

ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କୁ ଘରୁ ଚୋରି। ସୋନମଙ୍କ ଶାଶୁ ଘରୁ ପ୍ରାୟ ୨.୪ କୋଟି ଟଙ୍କାର ସୁନା ଗହଣା ଚୋରି ହେବା ଖବର ସାମ୍ନାକୁ ଆସିଛି। ସୋନମଙ୍କ ସ୍ୱାମୀ ଆନନ୍ଦ ଆହୁଜାଙ୍କ ଘର ଦିଲ୍ଲୀର ଅମୃତା ଶେରଗିଲ ମାର୍ଗରେ ରହିଛି। ଏଠାରେ ଆନନ୍ଦଙ୍କ ବାପା ହରିଷ ଆହୁଜା ଏବଂ ମା’ ପ୍ରିୟା ଆହୁଜା ଏବଂ ତାଙ୍କ ଜେଜେ ମା ଶାରଳା ଆହୁଜା ରହୁଛନ୍ତି।

ସୂଚନା ମୁତାବକ, ଫେବୃଆରୀ ମାସ ୨୩ ତାରିଖରେ ଏକ ବ୍ୟାଗ୍ ନିଖୋଜ ବାବଦକୁ ଦୀଲ୍ଲୀର ତୁଗଲଗ ରୋଡ ଥାନାରେ ଏଫଆଇଆର ଦାଖଲ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ୨୨ ଫେବୃଆରୀରେ ଆନନ୍ଦଙ୍କ ଜେଜେ ମା ଶାରଳା ତାଙ୍କ ପାଖରେ ଥିବା ଏକ ବ୍ୟାଗ୍‌ ଚେକ୍‌ କରିଥିଲେ, ସେଥିରେ ଟଙ୍କା ଏବଂ ଅଳଙ୍କାର ନଥିଲା। ଏହାର ଆନୁମାନିକ ମୂଲ୍ୟ ୨.୪ କୋଟି ଟଙ୍କାର ଜିନିଷ ରହିଥିଲା। ଏହି ବ୍ୟାଗକୁ ଆନନ୍ଦଙ୍କ ଜେଜେ ମା ଶାରଳା ଦୀର୍ଘ ୨ ବର୍ଷ ପରେ ଦେଖିଥିଲେ।

ବ୍ୟାଗ୍ ନିଖୋଜ ହେବା ପରେ ପରିବାର ଲୋକେ ଘରସାରା ଖୋଜିସାରିବା ପରେ ବ୍ୟାଗ୍‌ ନ ମିଳିବାରୁ ଦିଲ୍ଲୀ ପୋଲିସ ନିକଟରେ ଏହା ବିଷୟରେ ଏଫଆଇଆର ଦେଇଥିଲେ। ପୋଲିସ ଏହି ମାମଲାରେ ଏପର୍ଯ୍ୟନ୍ତ ପ୍ରାୟ ୨୫ ଜଣଙ୍କୁ ପଚରାଉଚରା କରି ସାରିଲାଣି । ଏଥିରେ ଆନନ୍ଦଙ୍କ ଘରେ କାମ କରୁଥିବା ଲୋକେ ମଧ୍ୟ ସାମିଲ ଅଛନ୍ତି । ପୋଲିସ ସିସିଟିଭି ଫୁଟେଜ ମଧ୍ୟ ଚେକ କରିଥିବା ଜଣା ପଡିଛି । ଏଥି ସହିତ ଗତ ଦିନ ମାନଙ୍କରେ କାମ ଛାଡ଼ି ଯାଇଥିବା ଲୋକମାନଙ୍କୁ ମଧ୍ୟ ଜେରା କରାଯାଉଥିବା ପୋଲିସ କହିଛି ।

 

View this post on Instagram

 

A post shared by Sonam Kapoor Ahuja (@sonamkapoor)

ବର୍ତ୍ତମାନ ସୋନମ ମୁମ୍ବାଇରେ ସ୍ୱାମୀ ଆନନ୍ଦଙ୍କ ସହିତ ରହୁଛନ୍ତି । ନିକଟରେ ସୋନମ ମାଆ ହେବାକୁ ଯାଉଥିବା କଥା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଜଣାଇଥିଲେ। ବିବାହ ପରେ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ସାମାନ୍ୟ ଦୂରେଇ ରହିଛନ୍ତି ସୋନମ।

 

View this post on Instagram

 

A post shared by Sonam Kapoor Ahuja (@sonamkapoor)

Leave A Reply

Your email address will not be published.