ତଳେ ଶୋଇଲେ ଦୂର ହୁଏ ମେରୁଦଣ୍ଡ ଯନ୍ତ୍ରଣା ଓ ଷ୍ଟ୍ରେସ, ତଳେ ଶୁଅନ୍ତୁ ସୁସ୍ଥ ରୁହନ୍ତୁ

ଦିନଯାକର କାମ ଓ ଥକ୍କାପଣ ପରେ ଯେଉଁ ନିଦ ହୁଏ, ତାହାର ମଜା ନିଶ୍ଚିତ ଭାବେ ଅଲଗା। ଆଉ ଆଜିକାଲିର ଲୋକମାନେ କାମକାର୍ଯ୍ୟ ସାରି ଥକ୍କାପଣ ଦୂର କରିବା ପାଇଁ ଗଦିରେ ଶୋଉଛନ୍ତି। ଆଉ କିଛି ଲୋକ ନିଜ ନିଜ ଆରାମ ଅନୁଯାୟୀ ଶେଯ ପାରି ଶୁଅନ୍ତି। କିଏ ପତଳା ଗଦିରେ ଶୋଇବାକୁ ପସନ୍ଦ କରେ ତ ଆଉ କିଏ ମୋଟା ଗଦିରେ। ଆଉ କିଛି ଗଦି ବିନା ଶୋଇବାକୁ ଭଲ ପାଆନ୍ତି। କିଛି ଲୋକଙ୍କୁ ନିଜ ଶୋଉଥିବା ସ୍ଥାନରେ ହିଁ ନିଦ ହୁଏ ।

କିଛି ଲୋକ ପିଠିରେ ଯନ୍ତ୍ରଣା ଅନୁଭବ କରନ୍ତି ବୋଲି ପତଳା ଗଦିରେ ଶୋଇବାକୁ ଭଲ ପାଆନ୍ତି। ବିଶେଷଜ୍ଞଙ୍କ କହିବାନୁଯାୟୀ, ୮ ଘଣ୍ଟାର ନିଦ ପୂରଣ କରିବାକୁ ବ୍ୟକ୍ତି ନିଜ ଆରାମ ଅନୁଯାୟୀ ଶୋଇବା ଉଚିତ। ଅନେକ ଥର ଲୋକ ନିଜ ମନ ଇଚ୍ଛା ଶେଯ ପକାନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ତଳେ ଶୋଇବାର ମଧ୍ୟ ଅନେକ ଫାଇଦା ରହିଛି।

କୁହାଯାଏ, ତଳେ ଶୋଇବା ଯୋଗୁଁ ପିଠି ଯନ୍ତ୍ରଣା ଓ ଷ୍ଟ୍ରେସ ଭଳି ସମସ୍ୟା ଦୂର ହୋଇଥାଏ। ଆଗକାଳରୁ ଲୋକେ ଘରେ ତଳେ ଶୋଉଥିଲ ତେଣୁ ସୁସ୍ଥ ରହୁଥିଲେ। କିନ୍ତୁ ଆଜିକାଲି ଯେତେ ଦାମିକିଆ ଗଦିରେ ଶୋଇଲେ ମଧ୍ୟ ମଣିଷ ଅସୁସ୍ଥ ହୋଇଚାଲିଛି। ତଳେ ଶୋଇଲେ କ’ଣ ମିଳେ ଲାଭ ?

– ଥକ୍କାପଣ ଏବଂ କାମ ପ୍ରେସର ଯୋଗୁଁ ଆଜିକାଲି ଅଧିକାଂଶ ଲୋକଙ୍କ ମେରୁଦଣ୍ଡ ହାଡରେ ଯନ୍ତ୍ରଣା ହେଉଛି। ତେଣୁ ଏଥିପାଇଁ ମହଙ୍ଗା ଔଷଧ ଏବଂ ବ୍ୟାୟାମ ମଧ୍ୟ କରିବାକୁ ପଡୁଛି। କିନ୍ତୁ ଆରାମ ମିଳୁନାହିଁ। ଗଦିରେ ଶୋଇବା ଦ୍ୱାରା ମେରୁଦଣ୍ଡ ହାଡ ବଙ୍କା ହୋଇଯାଏ, ଯାହାର ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଦାମୀ ଗଦି ଛାଡନ୍ତୁ, ତଳେ ଶୋଇବା ଆରମ୍ଭ କରନ୍ତୁ। ଏହାଦ୍ୱାରା ମେରୁଦଣ୍ଡ ହାଡ ମଜବୁତ ହେବ।

sleep

– ଆଜିକାଲିର ଲୋକ ଅସୁସ୍ଥ ହେବା ପଛରେ ବଡ କାରଣ ହେଉଛି ରକ୍ତ ସଂଚାଳନ ସଠିକ୍‌ ଭାବେ ନ ହେବା। କୁହାଯାଏ ଶରୀରରେ ରକ୍ତ ସଂଚାଳନ ଠିକ୍‌ ରହିଲେ, ମାଂସପେଶୀକୁ ଆରାମ ମିଳିଥାଏ। ବିଶେଷଜ୍ଞଙ୍କ ମୁତାବକ, ତଳେ ଶୋଇବା ଦ୍ୱାରା ରକ୍ତ ସଂଚାଳନ ସଠିକ ଭାବେ ହୁଏ। ମାଂସପେଶୀରେ ଥିବା ଯନ୍ତ୍ରଣା ଦୂର ହୁଏ। ତେଣୁ ଆପଣ ପ୍ରତିଦିନ ତଳେ ଶୋଇବା ଉଚିତ। ପ୍ରଥମ କିଛିଦିନ ଆପଣ ଭଲ ନ ଲାଗିପାରେ କିନ୍ତୁ ଅଭ୍ୟାସ ହୋଇଗଲେ ଆପଣଙ୍କୁ ଭଲ ଲାଗିବ।

– କିଛି ଲୋକ ଦାମୀ ଗଦିରେ ଅଧିକ ସମୟ ଶୋଇଲେ ମଧ୍ୟ ଭଲ ନିଦ ହୋଇନଥାଏ। ଏହାର କାରଣ ଷ୍ଟ୍ରେସ ହୋଇଥାଏ। ଷ୍ଟ୍ରେସ କାରଣରୁ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ। ଏହାଦ୍ୱାରା ନିଦ ସିଷ୍ଟମ ପ୍ରଭାବିତ ହୋଇଥାଏ। ମସ୍ତିଷ୍କକୁ ଶାନ୍ତ ରଖିବା ପାଇଁ ତଳେ ଶୋଇବାକୁ ପରାମର୍ଶ ଦିଆଯାଏ। ତଳେ ଶୋଇବା ଯୋଗୁଁ ଯେଉଁ ଶାନ୍ତି ମିଳେ, ତା’ ଦ୍ୱାରା ଷ୍ଟ୍ରେସ ଦୂର ହୁଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.