ଢେଙ୍କାନାଳ ପୌର ପରିଷଦର ନବ ନିର୍ବାଚିତ ପୌରାଧ୍ୟକ୍ଷାଙ୍କ ଘର ଉପରକୁ ବୋମା ମାଡ

କେନ୍ୟୁଜ୍(ବ୍ୟୁରୋ): ପୌରାଧ୍ୟକ୍ଷାଙ୍କ ଘର ଉପରକୁ ବୋମା ମାଡ। ଢେଙ୍କାନାଳ ପୌର ପରିଷଦର ନବ ନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଉପରକୁ ବୋମାମାଡ  ହୋଇଛି।ଗତକାଲି ରାତି ୧ ଟା୩୬ ମିନିଟ ସମୟରେ ହୋଇଛି ବୋମାମାଡ।ଯାହାର ସିସିଟିଭି ଫୁଟେଜ ହସ୍ତଗତ ହୋଇଛି। ଘର ବାହାରକୁ ଥିବା ପାଚେରୀର କିଛି ଅଂଶ ଭାଙ୍ଗି ଖସି ପଡିବା ସହିତ ଦୁଇଚକିଆ ଯାନ କ୍ଷୟକ୍ଷତି ହୋଇଛି। ବୋମାମାଡ କରି ଦୁର୍ବୃତ୍ତ ଫେରାର ହୋଇ ଯାଇଛନ୍ତି।କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।

କେହି ଜାଣିଶୁଣି ଭୟଭୀତ କରିବା ଉଦ୍ଦେଶ୍ୟରେ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି।ଗତ ମାର୍ଚ୍ଚ ୩୦ତାରିଖ ରାତିରେ କିଛି ଦୁର୍ବୃତ୍ତ ପୌରାଧ୍ୟକ୍ଷାଙ୍କ ଘର ଆଗରେ ଫାଙ୍କା ଗୁଳିଚାଳନା ଓ ଗାଳିଗୁଲଜ ସହ ମାରପିଟକୁ ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା।ଘଟଣାରେ ନିର୍ଦ୍ଧିଷ୍ଟ ଏକ ଦଳର ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ପୌରାଧ୍ୟକ୍ଷା ଓ ତାଙ୍କ ସ୍ୱାମୀ। ଢେଙ୍କାନାଳ ଟାଉନଥାନା ପୋଲିସର ଛାନଭିନ ଆରମ୍ଭ କରିଛି।

Leave A Reply

Your email address will not be published.