Below header

ଏଡେ ତମ ବହପ ! ଯେଉଁ ଦ୍ବାର ଦେଇ ମହାପ୍ରଭୁ ଆଡପମଣ୍ଡପକୁ ବିଜେ କରନ୍ତି ସେଠି ସିଧା ମଟରସାଇକେଲରେ ବସିକି ଯିବ?

ପୁରୀ(କେନ୍ୟୁଜ୍):  ମହଙ୍ଗା ପଡିଲା ମୋଟରସାଇକେଲ ଚଢି ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବା । ଘଟଣାର ତଦନ୍ତ କରି ପୋଲିସ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ । କୋଭିଡ୍‌ ସମୟରେ ଭକ୍ତଙ୍କ ଲାଗି ବନ୍ଦ ରହିଛି ଶ୍ରୀଗୁଣ୍ଡିଚା ମନ୍ଦିର । ହେଲେ ଗାଡି ଧରି ମାଡି ଚାଲିଥିଲେ ପୋଲିସ୍‌ ବାବୁ । ନା ଥିଲା କଟକଣାକୁ ଭୟ ନା କାର୍ଯ୍ୟାନୁଷ୍ଠାନକୁ ଖାତିର ।

ପୋଲିସ୍‌ ବାବୁଙ୍କ ପାଇଁ ଖୋଲିଥିଲା ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର । ମୋଟରସାଇକେଲ ଚଳାଇ ସିଂହଦ୍ୱାର ଗୁମୁଟ ଦେଇ ମନ୍ଦିରକୁ ପ୍ରବେଶ କରିଥିଲେ । ଯେଉଁ ଦ୍ୱାର ଦେଇ ମହାପ୍ରଭୁ ଆଡପମଣ୍ଡପକୁ ବିଜେ କରନ୍ତି ସେହି ଦ୍ୱାର ଦେଇ ମଟରସାଇକେଲ ଚଢି ମନ୍ଦିରକୁ ପ୍ରବେଶ କରିଥିଲେ ପୋଲିସ୍‌ ବାବୁ ଜଣକ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.