Below header

ଗଛକୁ ଧକ୍କାଦେଇ ରାସ୍ତାକଡକୁ ଓଲଟିଲା ପୋଲିସ ପାଟ୍ରୋଲିଂ ଗାଡ଼ି, ୫ ଆହତ

ବୌଦ୍ଧ ସୁବର୍ଣ୍ଣପୁର ଜିଲ୍ଲା ବୀମହାରାଜପୁର ବ୍ଲକ ସୁବଳୟା ଥାନା ଗାଡ଼ି ଦୁର୍ଘଟଣା ଗ୍ରସ୍ତ । ରାତ୍ରୀ ପେଟ୍ରୋଲିଙ୍ଗ ସାରି ଫେରୁଥିବା ବେଳେ ବାଉରୀଯୋର ନିକଟରେ ଗଛରେ ପିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଫଳରେ ଜଣେ ଏସ୍ଆଇଙ୍କ ସହତ ୪ କନେଷ୍ଟବଳ ଆହତ ।

ବୌଦ୍ଧ (କେନ୍ୟୁଜ): ବୌଦ୍ଧ ସୁବର୍ଣ୍ଣପୁର ଜିଲ୍ଲା ବୀମହାରାଜପୁର ବ୍ଲକ ସୁବଳୟା ଥାନା ଗାଡ଼ି ଦୁର୍ଘଟଣା ଗ୍ରସ୍ତ । ରାତ୍ରୀ ପେଟ୍ରୋଲିଙ୍ଗ ସାରି ଫେରୁଥିବା ବେଳେ ବାଉରୀଯୋର ନିକଟରେ ଗଛରେ ପିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଫଳରେ ଜଣେ ଏସ୍ଆଇଙ୍କ ସହତ ୪ କନେଷ୍ଟବଳ ଆହତ । ଆହତ ମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଉଛି । ସ୍ୱାସ୍ଥ୍ୟବସ୍ତା ସ୍ଥିର ଥିବା ଜଣାପଡିଛି । ସେପଟେ ଘଟଣା ସ୍ଥଳରେ ପହଛି ଅଧିକ ତଦନ୍ତ ଆରମ୍ଭ କରିଛି ।

ସୂଚନାଥାଉକି, ସୁବଳୟା ପୋଲିସ୍ ଭୋର ସମୟରେ ପେଟ୍ରୋଲିଙ୍ଗ ସାରି ଥାନାକୁ ଫେରୁଥିବା ବେଳେ ସୁବଳୟା-ରେଢ଼ାଖୋଲ ରାସ୍ତା ବାଉରୀଯୋର୍ ପୋଲ ପାଖରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗଛକୁ ଧକ୍କାଦେଇ ଗାଡି ରାସ୍ତା ତଳକୁ ଓଲଟି ପଡିଛି । ଏଥିରେ ସୁବଳୟା ଥାନା ସବ୍ ଇନ୍ସପେକ୍ଟରଙ୍କ ଦୀପ୍ତି ରଞ୍ଜନ ଦିଗାଲ୍, ଏଏସଆଇ ଏସ୍ ସେନ୍ଦ୍ରିଆଙ୍କ ସମେତ ପାଞ୍ଚ ପୋଲିସ୍ କର୍ମଚାରୀ ଥିବା ଜଣାଯାଇଛି । ଉଭୟଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.