ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା: ବଙ୍ଗୋମୁଣ୍ଡା JMFC କୋର୍ଟରେ ଚାର୍ଜସିଟ୍‌ ଦାଖଲ କଲା ବଲାଙ୍ଗିର ପୋଲିସ୍

ବଲାଙ୍ଗିର(କେନ୍ଯୁଜ୍): ବହୁଚର୍ଚ୍ଚିତ ମହାଲିଙ୍ଗ ସନସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଦାଖଲ ହେଲା ଚାର୍ଜସିଟ୍‌ । ବଙ୍ଗୋମୁଣ୍ଡା JMFC କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି ବଲାଙ୍ଗିର ପୋଲିସ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀ ନାଁରେ ଚାର୍ଜସିଟ୍‌ ଦାଖଲ କରିଛି ପୋଲିସ ।

ପୂର୍ବ ଯୋଜନା ମୁତାବକ ସେମାନେ ମମିତାଙ୍କୁ ହତ୍ୟା କରିଥିଲେ ଏବଂ ପରେ ପ୍ରମାଣ ନଷ୍ଟ ଉଦ୍ୟମ କରିଥିଲେ । ଉୟଭଙ୍କ ବିରୋଧରେ ଆଇପିସିର ୨୦୧, ୩୦୨ ଏବଂ ୧୨୦ (ବି) ଅନୁସାରେ ଅଭିଯୋଗଫର୍ଦ୍ଦ ଦାଖଲ ହୋଇଛି । ଗୋବିନ୍ଦକୁ ଗରଫ କାରି କୋର୍ଟଚାଲାଣକୁ ଆସନ୍ତା ୧୫ ତାରିଖରେ ୧୨୦ ଦିନ ପୁରିଥାନ୍ତା । ନିର୍ଦ୍ଦାରିତ ସମୟର ଚାରିଦିନ ପୂର୍ବରୁ ପୋଲିସ ପ୍ରାୟ ୨ ହଜାର ପୃଷ୍ଠାର ଚାର୍ଜସିର୍ଟ ଦାଖଲ କରିଛି । ଏପଟେ ଅଭିଯୁକ୍ତ ଗୋବିନ୍ଦ ସାହୁ ଗତ ୬ ତାରିଖରେ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି ।

ସନସାଇନ୍‌ ସ୍କୁଲରେ ଶିକ୍ଷୟିତ୍ରୀ ଥିବା ମମିତା ମେହେର ଗତବର୍ଷ ଅକ୍ଟୋବର ୮ ତାରିଖରେ ନିଖୋଜ ଥିଲେ । ଅକ୍ଟୋବର ୧୩ ତାରିଖରେ ସିନ୍ଧେକେଲା ଥାନାରେ ଅଭିଯୋଗ ଦାଖଲ ହୋଇଥିଲା । ଏହା ପରେ ପୋଲିସ ତତ୍ପର ହୋଇଥିଲା । କଲେଜ୍‌ ମ୍ୟାନେଜମେଣ୍ଟ କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁର ନାଁ ସାମ୍ନାକୁ ଆସିବା ପରେ ପୋଲିସ ଖାଳତାଡ଼ ଆରମ୍ଭ କରିଥିଲା । ଗୋବିନ୍ଦକୁ ଜେରା ବେଳେ ସେ ମମିତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା ।

ଏହା ପରେ ହତ୍ୟାକାଣ୍ଡର ପୂରା କାହାଣୀ ପଦାକୁ ଆସିଥିଲା । ଗୋବିନ୍ଦର ପ୍ରେମ କାହାଣୀ ପ୍ରଘଟ ହେବା ଭୟରେ ମମିତାକୁ ସେ ନିଜ କାର୍‌ ଭିତରେ ତଣ୍ଟି ଚିପି ହତ୍ୟା କରିଥିଲା । ପରେ ମୃତଦେହକୁ ପୋଡ଼ି ନିଜେ ତିଆରି କରୁଥିବା ଷ୍ଟାଡିୟମରେ ଗାତ ଖୋଳି ପୋତି ଦେଇଥିଲା । ଏହି ଘଟଣା ନେଇ ରାଜନୀତି ମଧ୍ୟ ତେଜିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.