Below header

କୁକୁଡା ଲଢେଇରୁ ମହାଭାରତ, ପୋଲିସ ଗ୍ରାମବାସୀ ମୁହାଁମୁହିଁ

ନବରଙ୍ଗପୁର (କେନ୍ୟୁଜ୍) : କୁକୁଡା ଲଢେଇରୁ ମହାଭାରତ । ତାତିଲେ ଉତ୍ତ୍ୟକ୍ତ ଲୋକେ । ଥାନା ଓ ମେଡିକାଲ ଆଗରେ ଏକାଠି ହୋଇଛନ୍ତି ଶତାଧିକ ଲୋକ । ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡ ବ୍ଲକ ଖୁଣ୍ଟିଗୁଡା ଗାଁରେ । ଅଭିଯୋଗ ଅନୁସାରେ ଗତକାଲି ହାଟରେ କୁକୁଡା ଲଢେଇ ଚାଲିଥିବା ବେଳେ ଖବର ପାଇ ସାଧା ପୋଷାକରେ ପହଞ୍ଚିଥିଲା ପୋଲିସ । ଲୋକଙ୍କୁ ଲାଠି ମାଡ଼ କରିଥିଲା ପୋଲିସ । ୧୮ଟି କୁକୁଡା, ୧୨ କେଜି କଟା ମାଂସ, ୧୨ ଟି କଦଳି କାନ୍ଦି ଉଠାଇ ନେଇଥିଲା ପୋଲିସ । ଏହା ସହ ଦୁଇ ଜଣ ଲୋକଙ୍କୁ ପୋଲିସ ଉଠାଇ ନେଇଥିଲା ।

ଖବର ପାଇ ସେମାନଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଥାନାକୁ ଯିବାରୁ ସେମାନେ ନବରଙ୍ଗପୁର ମେଡିକାଲରେ ଅଛନ୍ତି ବୋଲି ପୋଲିସ କହିଥିଲା। ହେଲେ ମେଡିକାଲରେ ପହଞ୍ଚିବା ବେଳେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଚିକିତ୍ସିତ ହେଉଥିଲେ । ଅନ୍ୟ ଜଣେ କୁଆଡେ ଗଲେ ତାକୁ ନେଇ ଉଠିଛି ପ୍ରଶ୍ନ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ଥାନା ଓ ମେଡିକାଲ ଆଗରେ ହୋହଲ୍ଲା କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୋଲିସ ପକ୍ଷରୁ ଏବେ ପୁଣି ଲାଠି ମାଡ଼ କରିବା ସହ ପୋଲିସ ଫାଙ୍କା ଗୁଳି ଚାଳନା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.