ପିତୃ ଦିବସ : ସନ୍ତାନ ପାଇଁ ପିତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ

ସନ୍ତାନଙ୍କ ଜୀବନରେ ପିତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୁର୍ଣ୍ଣ। ପିତାଙ୍କର ନିଜର ସନ୍ତାନ ଜୀବନରେ ବହୁତ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଏହି ଅମୂଲ୍ୟ ଯୋଗଦାନର ମହତ୍ତ୍ୱ ସହ ସଠିକ ଭାବେ ପରିଚିତ ହେବା ପାଇଁ ଫାଦର୍ସ ଡ଼େ ଅର୍ଥାତ ପିତ୍ରୁ ଦିବସ ପାଳନ କରାଯାଏ। ‘ଫାଦର୍ସ ଡ଼େ’ ପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରକୁ ଭାରତ ସମେତ ବିଶ୍ୱର ବହୁ ଦେଶରେ ପାଳନ କରାଯାଏ।
ସର୍ବପ୍ରଥମେ ‘ଫାଦର୍ସ ଡ଼େ’ଜୁନ ୧୯,୧୯୧୦ ମସିହାରେ ୱାଶିଙ୍ଗଟନରେ ପାଳନ କରାଯାଇଥିଲା। ମାତ୍ର ୧୯୭୨ମସିହାରେ ଏହାକୁ ଆନୁଷ୍ଠାନିକ ଭାବେ ପାଳନ କରାଯିବା ପାଇଁ ଘୋଷଣା କରାଗଲା। ଯାଦ୍ୱାରା ପିତାଙ୍କୁ ସମ୍ମାନ ଦେବା ପାଇଁ ୟୁନାଇଟେଡ଼ ଷ୍ଟେଟ୍ସରେ ଏହି ଦିନଟିକୁ ଛୁଟିର ଦିନ ଭାବେ ଘୋଷଣା କରାଯାଇଥିଲା।

ପିତୃଦିବସ ପାଳିବାର ଇତିହାସ

fathersଇତିହାସରେ ‘ଫାଦର୍ସ ଡ଼େ’ସହ ଜଡ଼ିତ ଦୁଇଟି କାହାଣୀ ରହିଛି। ସେଥିମଧ୍ୟରୁ ଗୋଟିଏ କାହାଣୀ ସୋନୋରା ସ୍ମାର୍ଟ ଡୋଡଙ୍କ ସହ ଜଡ଼ିତ, ଯିଏ କି ‘ଫାଦର୍ସ ଡ଼େ’ ପାଳନ କରିବା ପାଇଁ ମତବ୍ୟକ୍ତ କରିଥିଲେ। ତାଙ୍କର ଏହି ଭାବନା ସେତେବେଳେ ଆସିଥିଲା ଯେଉଁ ସମୟରେ ସେ ୧୯୦୯ ମସିହାରେ ଚର୍ଚ୍ଚରେ ମଦର୍ସ ଡ଼େର ଉପଦେଶ ଶୁଣୁଥିଲେ। ତାଙ୍କୁ ସେତେବେଳେ ଅନୁଭବ ହୋଇଥିଲା, ଯେ ଯେଉଁପରି ଭାବେ ମାତାଙ୍କୁ ସମ୍ମାନ ଓ ପ୍ରଶଂସା ମିଳୁଛି, ସେହିପରି ପିତା ମଧ୍ୟ ଏହି ପ୍ରଶଂସା ଓ ସମ୍ମାନର ହକଦାର ଅଟନ୍ତି। ସୋନୋରା ସ୍ମାର୍ଟ ଡୋଡଙ୍କ ପିତାଙ୍କ ନାମ ବିଲିୟମ ଜ୍ୟାକସନ ସ୍ବାର୍ଟ ଏବଂ ବ୍ରୁତ୍ତିରେ ସେ ଜଣେ କୃଷକ ଥିଲେ।

ସୋନୋରାଙ୍କ ମାତାଙ୍କ ମୃତ୍ୟୁ ଷଷ୍ଟ ସନ୍ତାନ ଜନ୍ମ ସମୟରେ ହୋଇଯାଇଥିଲା। ମାତାଙ୍କ ମୃତ୍ୟୁ ହେବା ପରେ ତାଙ୍କ ପିତା ସମସ୍ତ ପିଲାମାନଙ୍କ ଯତ୍ନ ନେଇଥିଲେ। ୱାଶିଙ୍ଗଟନରେ ଥିବା ନିଜ ଫାର୍ମରେ ସମସ୍ତ ପିଲାମାନଙ୍କୁ ପାଳିପୋଷି ବଡ କରିଥିଲେ। ନିଜ ପିତାଙ୍କର ଏହି ଭଲପାଇବା, ସେମାନଙ୍କୁ ଲାଲନପାଳନ କରି ଉପଯୁକ୍ତ ଶିକ୍ଷା ଦେବା ନିଜ କର୍ତ୍ତବ୍ୟକୁ ସଠିକ ଭାବେ ପାଳନ କରିବା ଦେଖି ସୋନୋରାଙ୍କ ମନରେ ଭାବନା ଆସିଥିଲା ଯେ ଏପରି ମଧ୍ୟ ଏକ ଦିନ ହେବା ଆବଶ୍ୟକ ଯେଉଁଦିନ ସମସ୍ତ ପିତାଙ୍କୁ ସମ୍ମାନ ଓ ଶ୍ରଦ୍ଧା ମିଳିବା ଉଚିତ। ସର୍ବପ୍ରଥମେ ସେ ଜୁନ ୫ରେ ସେ ନିଜର ପିତାଙ୍କ ଜନ୍ମଦିନରେ ‘ଫାଦର୍ସ ଡ଼େ’ପାଳନ କରିବା ପାଇଁ ପ୍ରସ୍ତାବ ରଖିଥିଲେ। କିନ୍ତୁ ପରେ ଏହାକୁ ଜୁନ ମାସର ତୃତୀୟ ରବିବାର ଦିନ ପାଳନ କରିବା ପାଇଁ ସ୍ଥିର କରାଗଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.