ମୋଟ୍ ୪୦ଟି ଖଣି ନିଲାମ ହେବା ନେଇ ସୂଚନା ଦେଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ
ଭୁବନେଶ୍ବର(କେନ୍ୟୁଜ୍) : ନିଲାମ ହେବ ୪୦ଟି ଖଣି। ମୋଟ୍ ୪୦ଟି ଖଣିର ନିଲାମ ହେବ ବୋଲି ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଏବେ ସୁଦ୍ଧା ୭ଟି ଖଣିର ନିଲାମ ହୋଇଛି। ମାର୍ଚ୍ଚ ୨୦୨୦ ସୁଦ୍ଧା ୨୪ଟି ଖଣିର ଅବଧି ସରୁଛି। ଅବଧି ସରୁଥିଲେ ମଧ୍ୟ କଞ୍ଚାମାଲର ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।