Below header

ରାତିରେ ଖରାପ ସ୍ୱପ୍ନ ଦେଖିଲେ ମହିଳା କିନ୍ତୁ ସକାଳୁ ଉଠିଲା ବେଳକୁ ଘଟିସାରିଥିଲା ଏହି ଭୟାନକ ଘଟଣା

ବେଳେବେଳେ ରାତିରେ ଶୋଇବା ସମୟରେ ଲାଗିଥାଏ ଯେ ଆମେ କୌଣସି ସ୍ୱପ୍ନ ଦେଖୁଛୁ କିନ୍ତୁ ଯେତେବେଳେ ସକାଳୁ ଉଠିଥାଉ ସେତେବେଳକୁ ସ୍ୱପ୍ନ ସତ ହୋଇଯାଇଥାଏ । କିଛି ଏପରି ହୋଇଛି ଆମେରିକାରେ ରହୁଥିବା ଜଣେ ମହିଳାଙ୍କ ସହିତ ଯାହାଙ୍କର ଆଶ୍ଚର୍ଯ୍ୟକର କାହାଣୀ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ସୂଚନା ଅନୁଯାୟୀ କାଲିଫର୍ନିଆରେ ରହୁଥିବା ଜେନା ଇଵାଂସ ରାତିରେ ଶୋଇବା ସମୟରେ ଏକ ସ୍ୱପ୍ନ ଦେଖିଲେ କି ସେ ତାଙ୍କ ଭାବି ସ୍ୱାମୀଙ୍କ ସହିତ ଟ୍ରେନରେ ଯାତ୍ରା କରୁଥିଲେ । ଏହି ସମୟରେ କିଛି ଲୋକ ଆସି ତାଙ୍କ ହାତରେ ଥିବା ହୀରାରେ ପ୍ରସ୍ତୁତ ନିର୍ବନ୍ଧ ମୁଦିକୁ ଛଡ଼ାଇବାକୁ ଚେଷ୍ଟା କରିଥିଲେ ଏବଂ ସେ ନିଜ ମୁଦିକୁ ବଞ୍ଚାଇବାକୁ ଯାଇ ତାକୁ ଗିଳି ଦେଇଥିଲେ ।

जेना इवांस की सगाई की अंगूठी

୨୯ ବର୍ଷୀୟା ଇଵାଂସ ସକାଳୁ ଉଠିବା ପରେ ଯାହା ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ସେ ଦେଖିଲେ ଯେ ତାଙ୍କ ଆଙ୍ଗୁଠିରେ ପିନ୍ଧିଥିବା ସେହି ହୀରାର ମୁଦିଟି ଆଉ ନାହିଁ । ଏହାପରେ ସେ ନିଜ ଭାବି ସ୍ୱାମୀଙ୍କୁ ଉଠାଇ ସ୍ୱପ୍ନରେ ଘଟିଥିବା ସମସ୍ତ ଘଟଣା କହିଥିଲେ । ତାପରେ ଦୁଇଜଣ ମିଶି ହସ୍ପିଟାଲରେ ପହଂଚିଥିଲେ ।

जेना इवांस

ହସ୍ପିଟାଲରେ ଡାକ୍ତରମାନେ ଇଵାଂସଙ୍କର ଏକ୍ସରେ କଲାପରେ ଦେଖିବାକୁ ପାଇଥିଲେ ଯେ ତାଙ୍କ ପେଟରେ ୨.୪ କ୍ୟାରେଟର ଏକ ହୀରାର ମୁଦି ରହିଛି । ଏହାପରେ ଇଵାଂସଙ୍କ ପେଟରୁ ଏହି ମୁଦି ବାହାର କରିବାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା କିନ୍ତୁ ଏହା ପୂର୍ବରୁ ତାଙ୍କୁ ମୃତ୍ୟୁ ସମ୍ବନ୍ଧିତ ଏକ ଫର୍ମରେ ଦସ୍ତଖତ କରିବାକୁ ପଡିଥିଲା ।

ଇଵାଂସ କହିଥିଲେ ଯେ ସେହି ସମୟରେ ମୁଁ ବହୁତ କାନ୍ଦିଥିଲି କାରଣ ଯଦି ମୁଁ ମରିଯାଇଥାନ୍ତି ତାହେଲେ ଲୋକ ମୋତେ ପାଗଳ ବୋଲି କହିଥାନ୍ତେ । ଯଦିଓ ତାଙ୍କ ପେଟରୁ ସଫଳତା ପୂର୍ବକ ମୁଦିଟି ବାହାର କରାଯାଇଥିଲା । ବର୍ତ୍ତମାନ ସେ କହିଛନ୍ତି କି ସେ ଅତିଶୀଘ୍ର ତାଙ୍କ ଭାବି ସ୍ୱାମୀଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.