ହାଇକୋର୍ଟରେ ଆର୍ଦ୍ରଭୂମି ସୁରକ୍ଷା ମାମଲାର ଶୁଣାଣି, ହାଜର ହେଲେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ମୋନା ଶର୍ମା

କେନ୍ୟୁଜ୍: ହାଇକୋର୍ଟରେ ଆର୍ଦ୍ରଭୂମି ସୁରକ୍ଷା ମାମଲାର ଶୁଣାଣି। ହାଜର ହେଲେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ମୋନା ଶର୍ମା। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେ ହାଜର ହୋଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ କାହିଁକି କାର୍ଯ୍ୟ କରାଯାଉ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଏପରି ତ୍ରୁଟି ଆଉ ହେବ ନାହିଁ ବୋଲି ଅଦାଲତଙ୍କୁ ଜଣାଇଛନ୍ତି ମୋନା ଶର୍ମା। ଆର୍ଦ୍ରଭୂମି ସୁରକ୍ଷା କମିଟିର ବୈଠକରେ ଜିଲ୍ଲାପାଳମାନେ ଉପସ୍ଥିତ ରହୁ ନଥିବା ଆମିକସ୍‌ କ୍ୟୁରୀ ଅଦାଲତଙ୍କୁ ଅବଗତ କରାଇଥିଲେ। ସମସ୍ତ ବୈଠକରେ ସଂପୃକ୍ତ ଜିଲ୍ଲା ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ କେନ୍ଦ୍ରାପଡା ଜିଲ୍ଲାପାଳ ଉପସ୍ଥିତ ରହିବାକୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ମାମଲା ବିଚାରଧୀନ ଥିବାବେଳେ ଚିଲିକାରେ ଚିଙ୍ଗୁଡି ଘେରି ବଢି ବଢି ଚାଲି ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ହାଇକୋର୍ଟ। ଚିଲିକାରୁ ଚିଙ୍ଗୁଡି ଘେରି ଉଚ୍ଛେଦ ତ୍ୱରାନ୍ଵିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହାସହ ଆର୍ଦ୍ରଭୂମି ସୁରକ୍ଷା କମିଟିର ନିଷ୍ପତ୍ତି ଅନୁଯାୟୀ ଗୃହ ବିଭାଗ କାର୍ଯ୍ୟାନୁଷ୍ଠାନ ନେବାକୁ ହାଇକୋର୍ଟ ଗୃହ ବିଭାଗକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଆର୍ଦ୍ରଭୂମି ସୁରକ୍ଷା ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୧ ତାରିଖରେ ହେବ ବୋଲି ଧାର୍ଯ୍ୟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.