ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନିକଟକୁ ଚିଠି ଲେଖିଲେ ପ୍ରମିଳା ବିଷୋୟୀ, ଜାଣନ୍ତୁ କଣ କହିଲେ ଆସିକା ସାଂସଦ

ଭାରତୀୟ ବାୟୁସେନାର ବିମାନ ଏଏନ-୩୨ର ନିଖୋଜ ଓଡ଼ିଆ ପାଇଲଟ୍ ସୁନୀତ ମହାନ୍ତିଙ୍କ ଉଦ୍ଧାର ପାଇଁ ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ଅନୁରୋଧ । ଏନେଇ ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନିକଟକୁ ଚିଠି ଲେଖିଛନ୍ତି । ସୁନୀତଙ୍କ ସହ ବିମାନରେ ଥିବା ଅନ୍ୟ ୧୩ ଜଣଙ୍କୁ ଠାବ ପାଇଁ ଅନୁରୋଧ କରିଛନ୍ତି ପ୍ରମିଳା । ସେହିପରି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମଧ୍ୟ ସେ ପ୍ରାର୍ଥନା କରିଛନ୍ତି। ସୁନୀତଙ୍କ ବାପାଙ୍କ ସହ ସେ କଥା ହୋଇଛନ୍ତି ।