ବୟସର ଅପରାହ୍ନରେ ବି ହାରିନାହାନ୍ତି ଜି.ଧନୁ, ୭୨ ବର୍ଷରେ ନିଜ ଶରୀରକୁ ଏପରି ରଖିଛନ୍ତି ଫିଟ୍

ଗଞ୍ଜାମ : କୁହାଯାଏ ମନୋବଳ ଯଦି ଠିକ୍ ଅଛି, ତା ହେଲେ ବୟସ ମାପକାଠି ହୁଏନାହିଁ । ଏପରି ଅନେକ ଉଦାହରଣ ମଧ୍ୟ ରୁ ଗୋଟିଏ ଉଦାହରଣ ହେଉଛି ଗଞ୍ଜାମ ଜିଲ୍ଲା କୁଶପଡା ଗାଁର ଜି.ଧନୁଙ୍କ ଫିଟ୍ କାହାଣୀ। ଗାଁ ହେଉ କିମ୍ବା ସହର ସବୁଠି ଏବେ ଲୋକମାନେ ଫିଟ ହେବା ପାଇଁ ଅନେକ ପ୍ରକାର ପନ୍ଥା ଆପଣାଉଛନ୍ତି। କିଏ ଯୋଗ କରୁଛି ତ କିଏ ବ୍ୟାୟାମ୍ ଆଉ କିଏ ଚାଲି ଚାଲି ଫିଟ୍ ରଖୁଛି। ତଥାପି ଅସନ୍ତୁଳିତ ଖାଦ୍ୟ ବ୍ୟବସ୍ଥାରେ ବିଗିଡି ଯାଉଛି ଶରୀର । କିନ୍ତୁ ସହରୀ ଜୀବନ ଭଳି ଯୋଗ ବ୍ୟାୟାମ ପରିବର୍ତ୍ତେ ଯଦି ସୁସ୍ଥ ରହିବାକୁ କୁହାଯାଏ ତେବେ ଏହାର ମୁଖ୍ୟ ମାଧ୍ୟମ ସାଜିବ ଶରୀରିକ ପରିଶ୍ରମ। ଯାହା ଧନୁଙ୍କ ନିକଟରେ ରହିଛି।

 ଧନୁଙ୍କୁ ଏବେ ୭୨ ଛୁଇଁଲା। ସକାଳ, ମଧ୍ୟାହ୍ନ ଓ ରାତିରେ ନିୟମିତ ସମୟରେ ଖାଦ୍ୟ ଖାଇବା ସହ ନିଜ ଜମିରେ ହାଡଭଙ୍ଗା ପରିଶ୍ରମ କରୁଛନ୍ତି। ସକାଳ ହେଲେ କ୍ଷେତରେ ଚାଷକାମ କରିବାକୁ ବାହାରିଯାଆନ୍ତି ଜି.ଧନୁ । ଦିନ ତମାମ କିଛିନା କିଛି କାମ କରୁଥିଲେ ମଧ୍ୟ କେବେବି ହାଲିଆ ଅନୁଭବ କରନ୍ତି ନାହିଁ ବରଂ ଏହା ତାଙ୍କର ମନୋବଳ ବଢ଼ାଉଛି ବୋଲି କହିଛନ୍ତି ଧନୁ। ତାଙ୍କର କହିବା କଥା ହେଲା ନିୟମିତ ପରିଶ୍ରମ କଲେ ଶରୀର ସୁସ୍ଥ ରୁହେ। ପରିଶ୍ରମ ନକରି ଅଳସୁଆ ହୋଇ ରହିଲେ ରୋଗ ଆପେ ଆପେ ମାଡିଆସେ ।

ଧନୁ ଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ଓ ତାଙ୍କର ଚାରି ଏକର ଜମି ରହିଛି। ଶରୀର ସୁସ୍ଥ ରହିବା ପାଇଁ ପ୍ରତିଦିନ କିଛି ନା ‘ କିଛି କାମ କରୁଥିବାର କହିଛନ୍ତି ଧନୁ। ଏବଂ ସବୁ ଯୁବ ପିଢି ମେସିନ ବ୍ୟାୟମ ଛାଡି କିଛି ନା କିଛି ଶରୀରିକ ପରିଶ୍ରମ କରି ସୁସ୍ଥ ରହିବା ପାଇଁ ପରାମାର୍ଶ ଦେଇଛନ୍ତି ଜି.ଧନୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.