ରାଜ୍ୟର ୪ ନୂଆ ମେଡିକାଲ କଲେଜ୍‌କୁ ମିଳିଲା MBBS ପାଇଁ ନାମଲେଖା ଅନୁମତି

ରାଜ୍ୟର ୪ ନୂଆ ମେଡିକାଲ କଲେଜ୍‌କୁ ମିଳିଲା ଏମବିବିଏସ ପାଇଁ ନାମଲେଖା ଅନୁମତି । ଚଳିତ ଶିକ୍ଷାବର୍ଷ ପାଇଁ ଅନୁମତି ଦେଇଛି MCI – ମେଡିକାଲ କାଉନସିଲ ଅଫ ଇଣ୍ଡିଆ । ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ତୃତୀୟ ବର୍ଷ, ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଦ୍ୱିତୀୟ ବ୍ୟାଚ୍‌ରେ ନାମଲେଖା ପାଇଁ ଅନୁମତି ମିଳିଛି । ସେହିପରି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ତୃତୀୟ ବର୍ଷ ନାମଲେଖା, ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜକୁ ଦ୍ୱିତୀୟ ବର୍ଷ ନାମଲେଖା ପାଇଁ MCI ଅନୁମତି ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.