Below header

୫ ଦିନିଆ ରିମାଣ୍ଡରେ ଗଲେ କୋଟିପତି ପୂର୍ବତନ ଅତିରିକ୍ତ ଉପଜିଲ୍ଲାପା ପ୍ରଶାନ୍ତ ରାଉତ

ରିମାଣ୍ଡରେ ନେବା ପାଇଁ ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଅନୁମତି ଦେଇଛନ୍ତି। କଟକ ଭିଜିଲାନ୍ସ କାର୍ଯ୍ୟାଳୟରେ ପ୍ରଶାନ୍ତଙ୍କୁ ଜେରା କରାଯିବ। ଆୟ ବର୍ହିଭୂତ ସମ୍ପତି ଠୁଳ ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିବ ଭିଜିଲାନ୍ସ ।

କେନ୍ୟୁଜ୍(ବ୍ୟୁରୋ): ରିମାଣ୍ଡରେ ଗଲେ କୋଟିପତି ପ୍ରଶାନ୍ତ ରାଉତ। ନବରଙ୍ଗପୁରର ଲାଞ୍ଚୁଆ ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍‌ସ। ରିମାଣ୍ଡରେ ନେବା ପାଇଁ ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଅନୁମତି ଦେଇଛନ୍ତି। କଟକ ଭିଜିଲାନ୍ସ କାର୍ଯ୍ୟାଳୟରେ ପ୍ରଶାନ୍ତଙ୍କୁ ଜେରା କରାଯିବ। ଆୟ ବର୍ହିଭୂତ ସମ୍ପତି ଠୁଳ ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିବ ଭିଜିଲାନ୍ସ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗତକାଲି ପ୍ରଶାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ରାଜ୍ୟ ସରକାର।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁଇ ଦିନ ତଳେ ଗିରଫ ହୋଇଥିଲେ । ଭିଜିଲାନ୍ସ ରେଡ୍‌ ବେଳେ ତାଙ୍କ ଘରୁ ମିଳିଥିଲା ପେଟି ପେଟି ଟଙ୍କା ବିଡ଼ା । ନଗଦ ୩ କୋଟି କ୍ୟାସ୍‌ ମିଳିଥିଲା । ମୋଟ୍‌ ୫ କୋଟି ୨୧ ଲକ୍ଷରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା । ଯାହାକି ତାଙ୍କ ଆୟଠାରୁ ୫୦୬ ପ୍ରତିଶତ ଅଧିକ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.