ୱେଷ୍ଟଇଣ୍ଡିଜ ସିରିଜ ପୂର୍ବରୁ ପତ୍ନୀଙ୍କ ସହିତ ମାତାଙ୍କ ମନ୍ଦିରରେ ପହଞ୍ଚିଲେ ଜାଡେଜା, ପତ୍ନୀ ସେୟାର କଲେ ଫଟୋ

ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ, ଦିନିକିଆ ଏବଂ ଟି୨୦ ସିରିଜ ଖେଳିବ । ୧୨ ଜୁଲାଇରୁ ଆରମ୍ଭ ହେବାକୁ ଥିବା ମ୍ୟାଚ୍‌ ପୂର୍ବରୁ ପତ୍ନୀଙ୍କ ସହିତ ଆଶାପୁରା ମାତା ମନ୍ଦିରରେ ପହଞ୍ଚିଛନ୍ତି ରବୀନ୍ଦ୍ର ଜାଡେଜା ।

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ପତ୍ନୀ ରିବାବାଙ୍କ ସହିତ କଚ୍ଛର ଆଶାପୁରା ମାତା ଦର୍ଶନ କରିବାକୁ ପହଞ୍ଚିଛନ୍ତି । ଜାଡେଜା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ସରିବା ପରେ କିଛି ସମୟ ପାଇଁ ବ୍ରେକ ନେଇଛନ୍ତି । ଆଉ ବ୍ରେକ ସମୟରେ ପତ୍ନୀ ରିବାବାଙ୍କ ସହିତ ମନ୍ଦିରକୁ ଯାଇଛନ୍ତି । ଯାହାର ଫଟୋ ରିବାବା ଟ୍ଵିଟରରେ ସେୟାର କରିଛନ୍ତି ।

ରିବାବା ସେୟାର କରିଥିବା ଫଟୋରେ ଦୁହେଁ ଆଶାପୁରା ମାତା ମନ୍ଦିରରେ ନମସ୍କାର କରୁଛନ୍ତି । ଏହି ଫଟୋକୁ ଏପର୍ଯ୍ୟନ୍ତ ୩ ହଜାର ଲାଇକ୍‌ ମିଳିସାରିଛି । ଫ୍ୟାନ୍ସ ଫଟୋକୁ ଦେଖି କମେଣ୍ଟ କରୁଛନ୍ତି । ୱେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ଜାଡେଜା ମନ୍ଦିରରେ ପହଞ୍ଚିବା ନେଇ ଫ୍ୟାନ୍ସ ମଧ୍ୟ ଖୁସି ରହିଛନ୍ତି ।

ଜାଡେଜା ୱେଷ୍ଟଇଣ୍ଡିଜ ବିପକ୍ଷ ହେବାକୁ ଥିବା ଟେଷ୍ଟ ଏବଂ ଦିନିଆ ସିରିଜରେ ସ୍ଥାନ ପାଇଛନ୍ତି । ଏହାପୂର୍ବରୁ ନିଜ ପରିବାର ସହିତ ସମୟ ବିତାଉଛନ୍ତି । କିଛିଦିନ ପୂର୍ବରୁ ଜାଡେଜା ଫାର୍ମହାଉସ ଫଟୋ ସେୟାର କରିଥିଲେ । ସେଥିରେ ଘୋଡା ସହିତ ନଜର ଆସିଥିଲେ ।

ଭାରତୀୟ ଟିମ୍‌ ଜୁଲାଇ ୧୨ ତାରିଖରୁ ୱେଷ୍ଟଇଣ୍ଡିଜରେ ଟେଷ୍ଟ ସିରିଜ ଖେଳିବ । ଟିମ୍‌ ଇଣ୍ଡିଆ ୨ଟି ଟେଷ୍ଟ, ୩ ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍‌ ଖେଳିବ । ଏହାପରେ ଜୁଲାଇ ୨୭ରୁ ଦିନିକିଆ ଏବଂ ଅଗଷ୍ଟ ୩ରୁ ଟି-୨୦ ମ୍ୟାଚ ଖେଳିବ ।

ଟିମ୍‌ ଇଣ୍ଡିଆ ଜୁଲାଇ-ଅଗଷ୍ଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ, ଦିନିକିଆ ଟି୨୦ ମ୍ୟାଚ୍‌ ଖେଳିବ । ଭାରତ ଓ ଆର୍ୟରଲ୍ୟାଣ୍ଡ ମଧ୍ୟରେ ଗତବର୍ଷ ୨ଟି ଟି୨୦ ମ୍ୟାଚ ଖେଳାଯାଇଥିଲା । ଏଥିରେ ଭାରତ ୨-୦ରେ ଜିତିଥିଲା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଭାରତ ସିରିଜର ପ୍ରଥମ ମ୍ୟାଚ ୭ ଓ୍ଵିକେଟରେ ଜିତିଥିଲା ।

ଭାରତ ବନାମ ଆର୍ୟରଲ୍ୟାଣ୍ଡ ଟି୨୦ ସୂଚୀ :

୧୮ ଅଗଷ୍ଟ (ମାଲାହାଇଡ): ପ୍ରଥମ ମ୍ୟାଚ୍‌
୨୦ ଅଗଷ୍ଟ(ମାଲାହାଇଡ) : ଦ୍ୱିତୀୟ ମ୍ୟାଚ୍‌
୨୩ ଅଗଷ୍ଟ (ମାଲାହାଇଡ୍‌) : ତୃତୀୟ ମ୍ୟାଚ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.