ପାକିସ୍ତାନରେ ଗୋଟିଏ ପରିବାରର ୯ ଜଣଙ୍କୁ ହତ୍ୟା, ବନ୍ଧୁକଧାରୀ ଘର ଭିତରେ ପଶି ମାରିଥିଲେ ଗୁଳି

ପାକିସ୍ତାନର ଖେବର୍‌ ପଖତୁନଖୱା ପ୍ରଦେଶରେ ବୁଧବାର ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। କିଛି ବନ୍ଧୁକଧାରୀ ଅଜଣା ବ୍ୟକ୍ତି ଘର ଭିତରେ ପଶି ଗୋଟିଏ ପରିବାରର ୯ ଜଣଙ୍କୁ ହତ୍ୟା କରିଛନ୍ତି।

ପାକିସ୍ତାନର ଖେବର୍‌ ପଖତୁନଖୱା ପ୍ରଦେଶରେ ବୁଧବାର ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। କିଛି ବନ୍ଧୁକଧାରୀ ଅଜଣା ବ୍ୟକ୍ତି ଘର ଭିତରେ ପଶି ଗୋଟିଏ ପରିବାରର ୯ ଜଣଙ୍କୁ ହତ୍ୟା କରିଛନ୍ତି। ଘଟଣା ଘଟାଇବା ପରେ ସେମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଥିଲେ। ମୃତକଙ୍କ ମଧ୍ୟରେ ୩ ମହିଳା ଏବଂ ୬ ପୁରୁଷ ଅଛନ୍ତି। କୁହାଯାଉଛି ଯେ ବନ୍ଧୁକଧାରୀମାନେ ସ୍ୱୟଂଚାଳିତ ଅସ୍ତ୍ରରେ ସଜ୍ଜିତ ଥିଲେ।

ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେପଟେ ଏହି ଘଟଣାର କାରଣ ବିଷୟରେ ଏ ପର୍ଯ୍ୟନ୍ତ କିଛି ଜଣାପଡି ନାହିଁ। ସ୍ଥାନୀୟ ପୋଲିସ କହିଛି ଯେ ସେମାନେ ଘଟଣାର ତଦନ୍ତ କରୁଛନ୍ତି। ପାକିସ୍ତାନର ମାଲାକନ୍ଦ ଜିଲ୍ଲାରେ ଏହି ଘଟଣା ଘଟିଛି।

ମିଳିଥିବା ସୂଚନା ମୁତାବକ, ଆଜି ସକାଳେ କିଛି ଅଜଣା ବନ୍ଧୁକଧାରୀ ଆସିଥିଲେ ଏବଂ ସିଧା ଘର ଭିତରେ ପଶିଯାଇଥିଲେ। ଘର ଭିତରେ ପ୍ରବେଶ କରିବା ମାତ୍ରେ ହିଁ ସେମାନେ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଥିଲେ। ତେବେ ଘର ଭିତରେ କେବଳ ୯ ଜଣ ଥିଲେ ନା ଅଧିକ ସଦସ୍ୟ ଥିଲେ, ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.