Below header

ଆଖୁଚାଷୀଙ୍କୁ ମୋଦି ସରକାର ଦେଲେ ଉପହାର, କ୍ୱିଣ୍ଟାଲ ପ୍ରତି ୩୧୫ ଟଙ୍କାରେ ହେବ ବିକ୍ରି

ଆଖୁଚାଷୀଙ୍କ ପାଇଁ ଖୁସି ଖବର । ୨୦୨୩-୨୪ ପାଇଁ ଆଖୁ କ୍ୱିଣ୍ଟାଲ ୩୧୫ ଟଙ୍କାରେ ବିକ୍ରି ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଫଳରେ ୫ କୋଟି ଆଖୁଚାଷୀ ଉପକୃତ ହେବେ ।

ଆଖୁ ଚାଷୀଙ୍କୁ ବଡ ଉପହାର ଦେଇଛନ୍ତି ମୋଦି ସରକାର । କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୈଠକରେ ୨୦୨୩-୨୪ ପାଇଁ ଆଖୁ କ୍ୱିଣ୍ଟାଲ ୩୧୫ ଟଙ୍କାରେ ବିକ୍ରି ହେବ ବୋଲି ନିର୍ଦ୍ଧାରିତ କରାଯାଇଛି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି । କ୍ୟାବିନେଟ ୨୦୨୩ –୨୪ ପାଇଁ ଆଖୁ କ୍ୱିଣ୍ଟାଲ ପ୍ରତି ୩୧୫ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ନିଷ୍ପତ୍ତି ଯୋଗୁଁ ୫ କୋଟି ଆଖୁଚାଷୀଙ୍କୁ ଲାଭ ମିଳିବ । ଏହାସହିତ ଚିନି ମିଲ୍‌ ଏବଂ ସମ୍ବନ୍ଧୀୟ କ୍ଷେତ୍ରରେ କାମ କରୁଥିବା ୫ ଲକ୍ଷ ଶ୍ରମିକଙ୍କୁ ଲାଭ ମିଳିବ ।

ଗତ ସିଜିନରେ ଆଖୁର ସର୍ବନିମ୍ନ ମୂଲ୍ୟ ୩୦୫ ଟଙ୍କା ପ୍ରତି କ୍ୱିଣ୍ଟାଲ ରହିଥିଲା । ଅନୁରାଗ ଠାକୁର ସୂଚନା ଦେଇ କହିଛନ୍ତି, ଆଖୁର ସର୍ବନିମ୍ନ ମୂଲ୍ୟ ୨୦୧୪-୧୫ରେ କ୍ୱିଣ୍ଟାଲ ପ୍ରତି ୨୧୦ ଟଙ୍କା ଥିଲା । ଯାହା ଚଳିତବର୍ଷ ଅର୍ଥାତ୍‌ ୨୦୨୩-୨୪ରେ ଏହା ୩୧୫ ଟଙ୍କା କ୍ୱିଣ୍ଟାଲ ପିଛା ମୂଲ୍ୟ ବଢିଛି । ପ୍ରଧାନମନ୍ତ୍ରୀ ମୋଦି ସବୁବେଳେ ଅନ୍ନଦାତାଙ୍କ ସହିତ ରହିଛନ୍ତି । କୃଷି ଏବଂ କୃଷକଙ୍କୁ ସରକାର ସବୁବେଳେ ପ୍ରାଥମିକତା ଦେଉଛନ୍ତି ।

କ୍ୟାବିନେଟ୍‌ ଏହାସହିତ ପିଏମ ପ୍ରଣାମ ଯୋଜନା ଏବଂ ୟୁରିଆ ଗୋଲ୍ଡ ଯୋଜନା ସମତେ ଅନ୍ୟ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। କୃଷି ପ୍ରବନ୍ଧନ ଯୋଜନା ପାଇଁ ବିକଳ୍ପ ପୋଷକ ତତ୍ତ୍ୱକୁ ଅଗ୍ରାଧିକାର ଦେବା ଉଦ୍ଦେଶ୍ୟରେ ଜୈବ ସାରକୁ ମଧ୍ୟ ଅଗ୍ରାଧିକାର ଦେଇଛନ୍ତି । ୨୦୨୩-୨୪ ବଜେଟରେ ଅର୍ଥମନ୍ତ୍ରୀ ନିର୍ମତା ସୀତାରମନ ଏହି ଯୋଜନା ବିଷୟରେ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.