୨୪ ଘଣ୍ଟାରେ ବଢିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା: ଗାଇଡ଼ଲାଇନ ମାନିବାକୁ ଜନସାଧାରଣଙ୍କୁ ନିବେଦନ କଲେ ମନ୍ତ୍ରୀ ପ୍ରତାପ ଜେନା

କଟକ(କେନ୍ୟୁଜ୍):  ରାଜ୍ୟରେ ଗତ ୨୪ ଘଣ୍ଟାରେ ବୃଦ୍ଧି ପାଇଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। ଏଥିପାଇଁ ସରକାରଙ୍କ ନିୟମ ଓ କୋଭିଡ ଗାଇଡ଼ଲାଇନକୁ କଡାକଡି ଭାବେ ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। କଟକ ଭୁବନେଶ୍ୱର ଦୁଇ ସହର ଜନବହୁଳ ହୋଇଥିବା ବେଳେ ଏହି ଦୁଇ ସହରରେ ବହୁ ବସ୍ତି ମଧ୍ୟ ରହିଛି। ତେଣୁ କଟକ ଭୁବନେଶ୍ୱରରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଅନ୍ୟ ଅଞ୍ଚଳ ଅପେକ୍ଷା ଅଧିକ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ତେବେ ସର୍ଵ ଭାରତୀୟ ସ୍ତର ହେଉ ଅବା ଅନ୍ତଜାତୀୟ ସ୍ତର ତୁଳନାରେ ଓଡ଼ିଶାରେ କୋଭିଡ ବେଶ ନିୟନ୍ତ୍ରଣରେ ରହିଛି। ତେବେ ବି ଲୋକମାନେ ବାହାରକୁ ବାହାରିବା ବେଳେ ମାସ୍କ ପିନ୍ଧିବା ସାମାଜିକ ଦୂରତା ରକ୍ଷା କରିବା ଭଳି କୋଭିଡ ନିୟମକୁ କଡାକଡି ପାଳନ କରିବାକୁ ସେ ନିବେଦନ କରିଛନ୍ତି।