ବାଦାମ୍ ଏବଂ ଚୁଡାରେ ବନାନ୍ତୁ ଟେଷ୍ଟି ପକୁଡି, ଥରେ ଖାଇଲେ ଭୁଲିପାରିବେନି ସ୍ୱାଦ

ଚୁଡା ଖାଇବାକୁ ଯେତିକି ସ୍ୱାଦିଷ୍ଟ ହୋଇଥାଏ ସେତିକି ସ୍ୱାସ୍ଥ୍ୟକର ମଧ୍ୟ ହୋଇଥାଏ। ଓଡିଆଙ୍କ ଘରେ ଅଧିକାଂଶ ଏହାକୁ ଲୋକେ ଖାଇଥାନ୍ତି।। ତେବେ ଆଜି ଆପଣଙ୍କୁ ଚୁଡାର ପକୋଡି ବିଷୟରେ ଜଣାଇବୁ। ଯାହାକୁ ବନାଇବା ବହୁତ ସହଜ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
- ଚୁଡା
- ବାଦାମ୍
- ବେସନ
- ଧନିଆ ପତ୍ର
- ଧନିଆ ପାଉଡର
- ଲାଲ ଲଙ୍କା ପାଉଡର
- କଞ୍ଚାଲଙ୍କା
- ଲୁଣ
- ତେଲ
ପ୍ରସ୍ତୁତି ପ୍ରଣାଳୀ
ଘୋଳ ବନାଇବା ପାଇଁ
ଏହାକୁ ବନାଇବା ପାଇଁ ଚୁଡାକୁ ପାଣିରେ ବୁଡାଇ ରଖିଦିଅନ୍ତୁ। ଏବେ ଏକ ବଡ ପାତ୍ରରେ ବେସନ ଏବଂ ଅଳ୍ପ ପାଣି ପକାଇ ଗାଢ଼ ଘୋଳ ପ୍ରସ୍ତୁତ କରିଦିଅନ୍ତୁ। ମିଶ୍ରଣକୁ ପୋକଡି ଯେମିତି ହୁଏ ସେମିତିକ ମିଶ୍ରଣ ଭଳି କରନ୍ତୁ। ଏହାକୁ ମିକ୍ସ କରି ଭଲଭାବେ ଫେଣ୍ଟି ଦିଅନ୍ତୁ। ଏହାପରେ ଏଥିରେ ସବୁ ମସଲା ଯଥା, ଧନିଆ ପାଉଡର, ଲାଲ ଲଙ୍କା ପାଉଡର, କଞ୍ଚା ଲଙ୍କା, ଲୁଣ ମିଶାନ୍ତୁ। ଏହାପରେ ଧନିଆ ପତ୍ର ମଧ୍ୟ ପକାଇ ଦିଅନ୍ତୁ। ସମସ୍ତ ସାମଗ୍ରୀକୁ ଭଲଭାବେ ମିକ୍ସ କରନ୍ତୁ। ଏହି ସମୟରେ ଆପଣଙ୍କ ଚୂଡା ବି ପ୍ରସ୍ତୁତ ହୋଇଯାଇଥିବ। ଚୁଡାରେ ଏକ୍ସଟ୍ରା ପାଣି ବାହାର କରିଦିଅନ୍ତୁ ଏବଂ ଏହାପରେ ମିଶ୍ରଣରେ ଭଜା ଚୁଡା ମିଶାଇ ଦିଅନ୍ତୁ। ଏଥିରେ ଭଜା ବାଦାମ ମିଶାଇ ଦିଅନ୍ତୁ। ଯଦି ଆବଶ୍ୟକ ପଡେ ତ ପାଣି ମିଶାଇବେ।
ଛାଣିବା ପାଇଁ
ତେଲକୁ ଭଲଭାବେ କଡାରେ ଗରମ କରିଦିଅନ୍ତୁ। ଏହାପରେ ମିଶ୍ରଣରୁ ଅଳ୍ପ ଅଳ୍ପ ନେଇ ପକୋଡି ବନାଇ ଦିଅନ୍ତୁ। ଆପଣ ଚାମଚ କିମ୍ବା ହାତର ବି ବ୍ୟବହାର କରିପାରିବେ। ମିଡିୟମ୍ ଆଞ୍ଚରେ ଏହାକୁ ଛାଣି ଦିଅନ୍ତୁ। ଏହାପରେ ପକୋଡିକୁ ଭଲଭାବେ ତେଲରେ ଛାଣି ଦିଅନ୍ତୁ। ଏହା ସୁନେଲୀ ରଙ୍ଗ ହେବଲା ପରେ ପ୍ଲେଟକୁ ବାହାର କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଗରମା ଗରମ ପକୋଡି। ଏହାକୁ ଚଟଣୀ କିମ୍ବା ସସ୍ ସହିତ ଖାଇପାରିବେ।