ବ୍ଲୁଟୁଥ୍‌ ଓ ସ୍ମାର୍ଟଫୋନ କନେକ୍ଟିଭିଟି ସହିତ ମାର୍କେଟକୁ ଆସିଲା ଇଲେକ୍ଟ୍ରିକ ହିରୋ ଲେକ୍ଟ୍ରୋ ସାଇକେଲ, ଅଫ୍‌ ରୋଡରେ ବି ହେବନି ଅସୁବିଧା

ମାର୍କେଟକୁ ବର୍ତ୍ତମାନ ନୂଆ ନୂଆ ଡିଜାଇନ ର ଗାଡି ଓ ବାଇକ୍‌ ଆସୁଛି । ଗ୍ରାହକଙ୍କ ନୂଆ ଡିଜାଇନ ସାଇକେଲ ଓ ଗାଡି ପ୍ରତି ଇଣ୍ଟେରେଷ୍ଟ ଦେଖି ଗାଡି ଓ ସାଇକେଲ କମ୍ପାନୀ ମଧ୍ୟ ନୂତନ ପ୍ରଣାଳୀରେ ଡିଜାଇନ ସାଇକେଲ, ଗାଡି, କାର ଯେତେ ସବୁ ଯାନ ଅଛି ତାହାକୁ ରିଡିଜାଇନ କରୁଛନ୍ତି । ଠିକ ସେହିପରି ଭାବେ ହିରୋ ସାଇକେଲର ଇଲେକ୍ଟ୍ରିକ ସାଇକେଲ ଡିଭିଜନ ହିରୋ ଲେକ୍ଟ୍ରୋ ଭାରତ ମାର୍କେଟରେ ଦୁଇଟି ନୂଆ ଇଲେକ୍ଟ୍ରିକ ମାଉଣ୍ଟେନ୍‌ ବାଇକ୍ସ ଆଣିଛି । ଯାହାର ନାମ ରହିଛି F2i ଓ F3i ।

ଏହି ଉଭୟ ମାଉଣ୍ଟେନ୍ ବାଇକ୍ ର ମୂଲ୍ୟ ଯଥାକ୍ରମେ ୩୯,୯୯୯ ଏବଂ ୪୦,୯୯୯ ରେ ରଖାଯାଇଛି । ସାଧାରଣ ରୋଡରେ ଅଫ୍ ରୋଡିଂ ପାଇଁ ଏହି ହିରୋ ବାଇକ୍ସ ଗୁଡିକ ମଧ୍ୟ ବ୍ୟବହାର କରାଯାଇପାରେ । ହିରୋ ଇଲେକ୍ଟ୍ରିକ୍ MTB ବ୍ଲୁଟୁଥ୍ ଏବଂ ସ୍ମାର୍ଟଫୋନ୍ କନେକ୍ଟିଭିଟି ରହିଛି ଏବଂ ଉଭୟ ସାଇକେଲ ବାଇକରେ ୬.୪ AH IP୬୪ ରେଟେଡ୍ ୱାଟରପ୍ରୁଫ୍ ଏବଂ ଡଷ୍ଟ ପ୍ରୁଫ୍‌ ଲଗାଯାଇଛି । ଏହା ସହିତ ୭ ଟି ଗିଅର୍, ୧୦୦ ମିଲିମିଟର ସସପେନ୍ସନ୍ ଏବଂ ଦୁଇଟି ଡିସ୍କ ବ୍ରେକ୍ ଦିଆଯାଇଥିବାବେଳେ ଏହାକୁ ଗୋଟିଏ ଚାର୍ଜରେ ୩୫ କିଲୋମିଟର ପର୍ଯ୍ୟନ୍ତ ଚଲାଯାଇପାରିବ ।

hero lectro cycle
Picture Credit – Amazon.in

ଏହି ସାଇକେଲକୁ ଅନ୍ଧାରରେ ମଧ୍ୟ ଚଲାଯାଇ ପାରିବ କାରଣ ଏଥିରେ ଟର୍ଚ୍ଚ ଲାଇଟ ରହିଛି । ଏହି ସାଇକେଲ ହେଉଛି ସୁପର ପାୱାର ମୋଟର ସାଇକେଲ । ପାହାଡ ଉପରେ ଅଫ୍‌ ରୋଡିଙ୍ଗ କରୁଥିବା ବେଳେ ଭଲ ଭାବେ ଚଲାଇବା ପାଇଁ ଏଥିରେ ରହିଛି ଡିସ୍କ ବ୍ରେକ । ଏହି ଦୁଇ ଇଲେକ୍ଟ୍ରିକ ସାଇକେଲକୁ ଥରେ ଚାର୍ଜ କରିବା ମାତ୍ରେ ଏହାକୁ ପ୍ରାୟ ୩୫ କିଲୋମିଟର ପର୍ଯ୍ୟନ୍ତ ଚଲାଯାଇ ପାରିବ । ଏହି ସାଇକେଲରେ ଆପଣ ଚାହିଁଲେ ଅଧିକ ବାଟ ସାଇକେଲିଂ କରି ଯାଇ ପାରିବେ । କାରଣ ଏହାର ବ୍ୟାଟେରିରେ ମଧ୍ୟ ସେମିତି ପାୱାର ରହିଛି । ଏହି ଦୁଇଟି ଇଲେକ୍ଟ୍ରିକ ସାଇକେଲରେ ବ୍ଲୁତୁଥ୍‌ କନେକ୍ଟ କରାଯାଇପାରିବ । ତେବେ ଏହା ହେଉଛି ପ୍ରଦୂଷଣ ମୁକ୍ତ ବାଇ ସାଇକେଲ । ଯାହାକୁ ଆପଣ କିଣି ପାରିବେ ଓ ଚାର୍ଜ କରି ଚଲାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.