Below header

ମହାନୀଦକୁ ଡେଇଁ କଏଦୀ ଚମ୍ପଟ, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ଗତକାଲି ସଂଧ୍ୟାରେ ବିଡାନାସୀ ଅଞ୍ଚଳର ଶଙ୍କର୍ଷଣ ବେହେରା ଫେରାର ହୋଇଯାଇଥିଲା। ଏକ ଚୋରୀ ମାମଲାରେ ପଚରାଉଚରା ପାଇଁ ଥାନାକୁ ଅଣାଯାଇଥିବା ବେଳେ ପୋଲିସ କର୍ମଚାରୀଙ୍କୁ ଧକ୍କା ମାରି ମହାନଦୀକୁ ଡେଇଁ ଫେରାର ହୋଇ ଯାଇଥିଲା। ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି।

କଟକ(କେନ୍ୟୁଜ୍): ଥାନା ହାଜତରୁ ଅଭିଯୁକ୍ତ ଫେରାର ମାମଲାରେ ବଢିଲା ବିବାଦ। ମିଛ ମାମଲାରେ ପୋଲିସ ଫସାଇ ଦେଇଥିବା ପରିବାର ଲୋକ ଅଭିଯୋଗ ଆଣିଥିବା ବେଳେ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ। କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ଗତକାଲି ସଂଧ୍ୟାରେ ବିଡାନାସୀ ଅଞ୍ଚଳର ଶଙ୍କର୍ଷଣ ବେହେରା ଫେରାର ହୋଇଯାଇଥିଲା। ଏକ ଚୋରୀ ମାମଲାରେ ପଚରାଉଚରା ପାଇଁ ଥାନାକୁ ଅଣାଯାଇଥିବା ବେଳେ ପୋଲିସ କର୍ମଚାରୀଙ୍କୁ ଧକ୍କା ମାରି ମହାନଦୀକୁ ଡେଇଁ ଫେରାର ହୋଇ ଯାଇଥିଲା। ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି।

ସେପଟେ ଶଙ୍କର୍ଷଣଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇଥିବା ପରିବାରବର୍ଗ ଅଭିଯୋଗ ଆଣିଛନ୍ତି। ଫେରାର ଅଭିଯୁକ୍ତଙ୍କ ପତ୍ନୀଙ୍କଠାରୁ ପୋଲିସ ଏକ ଅଣ୍ଡରଟେକିଂ ଲେଖାଇ ନେଇଥିବା ମଧ୍ୟ କହିଛନ୍ତି। ସେପଟେ ଅଭିଯୁକ୍ତ କୁଆଡ଼େ ଗଲେ ତାର ଖୋଳତାଡ଼ କରୁଛି ପୋଲିସ। ଥାନାରେ ତାକୁ ମାଡ଼ ମରା ଯାଇଥିବା ଅଭିଯୋଗକୁ ପୋଲିସ ପକ୍ଷରୁ ଅସ୍ୱୀକାର କରାଯାଇଛି। ସୁରକ୍ଷାବଳୟରୁ ଅଭିଯୁକ୍ତ କିପରି ଫେରାର ହେଲେ ତାର ତଦନ୍ତ ହେବ ବୋଲି କହିଛନ୍ତି ଅତିରିକ୍ତ ଡିସିପି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.