ନୂଆ ରୂପ ପାଇବ ନୟାଗଡ଼ର ଦକ୍ଷିଣକାଳୀ ମନ୍ଦିର ଓ ବିକଶିତ ହେବ ଓଡ଼ଗାଁର ଲଡୁବାବା ପୀଠ

ନୟାଗଡ଼ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ଦ୍ୱିତୀୟ ଦିନରେ ପ୍ରଥମେ ନୟାଗଡ଼ ଠାରେ ବଳଙ୍ଗୀ ବନ୍ଧ ପରିଦର୍ଶନ କରି ଏହାର ଉନ୍ନତିକରଣ ନେଇ ଆଲୋଚନା କରିଥିଲେ। ପରେ ଦକ୍ଷିଣକାଳୀ ମନ୍ଦିର ଯାଇ ଦର୍ଶନ କରିଥିଲେ।

ନୟାଗଡ଼(କେନ୍ୟୁଜ୍): ଫାଇଭ ଟି ସଚିବ ଭିକେ ପାଣ୍ଡିଆନଙ୍କ ନୟାଗଡ଼ ଗସ୍ତର ଦ୍ୱିତୀୟ ଦିନରେ ବିକାଶର ସମୀକ୍ଷା। ନୂଆ ରୂପ ପାଇବ ନୟାଗଡ଼ର ଦକ୍ଷିଣକାଳୀ ମନ୍ଦିର ଓ ବିକଶିତ ହେବ ଓଡ଼ଗାଁର ଲଡୁବାବା ପୀଠ । ନୟାଗଡ଼ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ଦ୍ୱିତୀୟ ଦିନରେ ପ୍ରଥମେ ନୟାଗଡ଼ ଠାରେ ବଳଙ୍ଗୀ ବନ୍ଧ ପରିଦର୍ଶନ କରି ଏହାର ଉନ୍ନତିକରଣ ନେଇ ଆଲୋଚନା କରିଥିଲେ। ପରେ ଦକ୍ଷିଣକାଳୀ ମନ୍ଦିର ଯାଇ ଦର୍ଶନ କରିଥିଲେ। ମନ୍ଦିରର ଉନ୍ନତି ନେଇ ସେବାୟକ ଓ ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଖୁବ ଶୀଘ୍ର ଏନେଇ ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଭିକେ ପାଣ୍ଡିଆନ। କଣ୍ଟିଲୋ ଗସ୍ତ କରି ନୀଳମାଧବ ମନ୍ଦିରରେ ଦର୍ଶନ କରିବା ସହ ଏହାର ଉନ୍ନତି ନେଇ ପୂଜକ ଓ ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରିଥିଲେ। ଓଡ଼ଗାଁରେ ମିଶନ ଶକ୍ତି କାଫେ ପରିଦର୍ଶନ କରିବା ସହ ସେଠାରେ ଜଳଖିଆ ଖାଇଥିଲେ।

କାଫେର ପରିଚାଳନା ଓ ଅନ୍ୟ ସୁବିଧା ଅସୁବିଧା ନେଇ ଏସଏଚଜି ସଦସ୍ୟାଙ୍କ ସହ ଆଲୋଚନା କରିଥିଲେ। ରଘୁନାଥଜୀଉ ମନ୍ଦିରରେ ଦର୍ଶନ କରିବା ସହ ମନ୍ଦିରର ଉନ୍ନତି ନେଇ ଆଲୋଚନା କରିଥିଲେ। ପରେ ରାବେରାରେ ଛତୁ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଥିଲେ 5T ସଚିବ। ଉତ୍ପାଦନ ବୃଦ୍ଧି ସହ କିପରି ଏହା ବଜାରରେ ବିକ୍ରି ହୋଇପାରିବ ସେନେଇ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଭିକେ ପାଣ୍ଡିଆନ। ପରେ ଲଡୁବାବା ପୀଠ ଯାଇ ଦର୍ଶନ କରିବା ସହ ପୀଠର ଉନ୍ନତି ନେଇ ଆଲୋଚନା କରିଥିଲେ। ଗସ୍ତ କାଳରେ ନୟାଗଡ଼ ଷ୍ଟାଡିୟମରେ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିବା ବେଳେ ଲାଠିପଡ଼ା ଟାଙ୍ଗୀ ପଡ଼ିଆ ଠାରେ ମିସନ ଶକ୍ତି ମହିଳା ସଦସ୍ୟାଙ୍କ ସହ ଆଲୋଚନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.