ବଲିଉଡ ଅଭିନେତା ବିବେକ ଓବରୟଙ୍କ ଠାରୁ ଠକି ନେଲେ ୧.୫୫ କୋଟି ଟଙ୍କା, ୩ ଜଣଙ୍କ ନାମରେ ଅଭିଯୋଗ

ବଲିଉଡ ଅଭିନେତା ବିବେକ ଓବରୟ ପଡ଼ିଗଲେ ଠକାମୀରେ । ତାଙ୍କ ଠାରୁ ୧.୫୫ କୋଟି ଟଙ୍କା ଠକି ନିଆଯାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଓବରୟଙ୍କ ଚାଟାର୍ଡ ଆକାଉଣ୍ଟ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ବଲିଉଡ ଅଭିନେତା ବିବେକ ଓବରୟ ପଡ଼ିଗଲେ ଠକାମୀରେ । ତାଙ୍କ ଠାରୁ ୧.୫୫ କୋଟି ଟଙ୍କା ଠକି ନିଆଯାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଓବରୟଙ୍କ ଚାଟାର୍ଡ ଆକାଉଣ୍ଟ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ଅନୁଯାୟୀ, ଏକ ଫିଲ୍ମ ନିର୍ମାଣ କମ୍ପାନୀରେ ଟଙ୍କା ଲଗାଇ ଭଲ ରିଟର୍ଣ୍ଣ ଦେବାକୁ କହି ଅଭିନେତା ଓବରୟଙ୍କ ଠାରୁ ୧.୫୫ କୋଟି ଟଙ୍କା ନେଇଥିଲେ । ହେଲେ ଏହି ଟଙ୍କା କମ୍ପାନୀରେ ନ ଲଗାଇ ନିଜ କାର୍ଯ୍ୟରେ ଲଗାଇଥିଲେ ୩ ଅଭିଯୁକ୍ତ । ଏହି ୩ ଜଣ ଓବରୟଙ୍କ ବିଜିନେସ୍‌ ପାଟନରସ ଥିଲେ ।

ଉକ୍ତ ୩ ପାର୍ଟନର ଫିଲ୍ମ ନିର୍ମାଣ ଫାର୍ମରେ ଟଙ୍କା ଲଗାଇବା ପରିବର୍ତ୍ତେ ନିଜ କାମରେ ଟଙ୍କା ଲଗାଇ ଥିଲେ । ଏହି ଘଟଣା ଗତ ବର୍ଷ ଫେବ୍ରୁଆରୀରେ ହୋଇଥିଲା । ଏବେ ବିବେକ ଠକିଥିବା ଜାଣିବା ପରେ ପୋଲିସରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

ଫିଲ୍ମ କଥା କହିବାକୁ ଗଲେ -ବିବେକ ଓବରୟଙ୍କ ଶେଷ ଫିଲ୍ମ ଥିଲା ‘ ପିଏମ୍‌ ନରେନ୍ଦ୍ର ମୋଦି’ । ଏଥିରେ ବିବେକ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକାରେ ଅଭିନୟ କରିଥିଲେ । ହେଲେ ବକ୍ସ ଅଫିସରେ ଏହା ସେତେଟା ସଫଳ ହୋଇ ନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.