Below header

ଚୌଦ୍ୱାର ଜେଲରେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

କଟକ (କେନ୍ୟୁଜ୍) : ଚୌଦ୍ୱାର ସର୍କଲ ଜେଲରେ ଜଣେ ବିଚାରାଧୀନ କଏଦୀର ସନ୍ଦେହଜନକ ମୃତ୍ୟୁ । ମୃତ କଏଦୀର ନାଁ ଶୁଭ୍ରାଂଶୁ ଦାସ । ଘର କଟକ ସହରରେ । କଟକର କେଶବ ବେହେରା ହତ୍ୟା ମାମଲାରେ ସେ ଅଭିଯୁକ୍ତ ଥିଲା। ଶୁଭ୍ରାଂଶୁକୁ ହତ୍ୟା କରାଯାଇଥିବା ପରିବାର ଲୋକ ଚୌଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି।

ସେପଟେ ଜେଲ ଅଧୀକ୍ଷକ ରବୀନ୍ଦ୍ର ସ୍ୱାଇଁ କହିଛନ୍ତି, ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଶୁଭ୍ରାଂଶୁକୁ ଚିକିତ୍ସା ପାଇଁ ମେଡିକାଲ ନିଆଯିବା ବାଟରେ ତାର ମୃତ୍ୟୁ ଘଟିଛି । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଘଟଣାର ତଦନ୍ତ କରାଯିବ । ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଶୁଭ୍ରାଂଶୁର ଏକ ସେଲଫି ଭିଡିଓ ଘଟଣାକୁ ଜଟିଳ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.