ସୀମା ଆରପାରିରେ ଆତଙ୍କବାଦୀଙ୍କ ବିରୋଧରେ ଥରେ ନୁହେଁ ତିନି ତିନି ଥର ଆକ୍ରମଣ କରିଛି ଭାରତୀୟ ସେନା : ରାଜନାଥ ସିଂହ

ନୂଆଦିଲ୍ଲୀ (କେନ୍ୟୁଜ୍) : ସୀମା ଆରପାରିରେ ଆତଙ୍କବାଦୀଙ୍କ ବିରୋଧରେ ଥରେ ନୁହେଁ ତିନି ତିନି ଥର ଆକ୍ରମଣ କରିଛି ଭାରତୀୟ ସେନା। ୫ବର୍ଷରେ ତିନି ଥର ଆତଙ୍କୀ ଶିବିର ଉପରେ ହମ୍ଲା ହୋଇଛି । ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ । କର୍ଣ୍ଣାଟକ ମଙ୍ଗଲୁରୁରେ ଏକ କାର୍ଯ୍ୟକ୍ରମରେ ସେ ଏକଥା କହିଛନ୍ତି । ରାଜନାଥ କହିଛନ୍ତି, ସେ ଦୁଇ ଥର ସେନା କରିଥିବା ଆକ୍ରମଣ ସମ୍ପର୍କରେ ସୂଚନା ଦେବେ । କିନ୍ତୁ ତୃତୀୟ ଷ୍ଟ୍ରାଇକ୍ ଉପରେ କିଛି କହିବେ ନାହିଁ । ତିନି ଥର ଯାକ ଭାରତକୁ ସଫଳତା ମିଳିଥିବା କହିଛନ୍ତି ରାଜନାଥ। ପୁଲଓ୍ଵାମା ହମଲା ପରେ ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ଦେଶରେ ରାଜନୀତି ଜୋର ଧରିଛି । ଏଭଳି ସ୍ଥିତିରେ ରାଜନାଥଙ୍କ ବୟାନ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.