ଆଜି ମୋହାଲିରେ ମହାମୁକାବିଲା, ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଦିନିକିଆ ମ୍ୟାଚ୍

ମୋହାଲିରେ ମହାମୁକାବିଲା । ଆଜି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ୍ । ମୋହାଲିରେ ଅପରାହ୍ଣ ସାଢ଼େ ଗୋଟାଏରେ ଏହି ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଜିତି ଆଗୁଆ ସିରିଜ୍ କବଜା କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ବିରାଟ କୋହଲିଙ୍କ ନେତୃତ୍ୱରେ ବିନା ଧୋନିରେ ଖେଳିବ ଘରୋଇ ଦଳ । ଶେଷ ଦୁଇଟି ଦିନିକିଆ ପାଇଁ ଚୂଡ଼ାନ୍ତ ଦଳରୁ ଧୋନିଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ଖେଳିବେ ରୁଷଭ ପନ୍ଥ । ସେହିପରି ପ୍ଲେଇଂ ଇଲେଭେନକୁ ଫେରୁଛନ୍ତି ଫାଷ୍ଟ ବୋଲର ଭୁବନେଶ୍ୱର କୁମାର । ସେ ଖେଳିଲେ ମହମ୍ମଦ ସାମି କିମ୍ବା ଯଶପ୍ରୀତ ବୁମରା କାହାକୁ ବିଶ୍ରାମ ମିଳିପାରେ ।

ରୋହିତ ଶର୍ମା ଓ ଶିଖର ଧଓ୍ଵନଙ୍କଠାରୁ ବଡ଼ ଇନିଂସ ବି ଆଶା କରାଯାଉଛି । ବର୍ତ୍ତମାନ ୫ଟିକିଆ ସିରିଜ ୨-୧ ସ୍ଥିତିରେ ରହିଛି । ପୂର୍ବ ମ୍ୟାଚରେ ଅଷ୍ଟ୍ରେଲିଆ ଦଳର ଓପନର ଭାରତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି । ଆଜି ମ୍ୟାଚ୍ରେ ଶୀଘ୍ର ଓ୍ଵିକେଟ ଅକ୍ତିଆର କରିବାକୁ ଚାହିଁବ ଟିମ୍ ଇଣ୍ଡିଆ । ସେପଟେ ଗତ ମ୍ୟାଚ୍ରେ ବିଶାଳ ସ୍କୋର କରିବା ସହ ଜିତିଥିବାରୁ ଅଷ୍ଟ୍ରେଲିଆର ମନୋବଳ ବଢ଼ିଛି । ତେଣୁ ସିରିଜକୁ ବରାବର ସ୍ଥିତିକୁ ଆଣିବାକୁ ଚେଷ୍ଟା କରିବ କଙ୍ଗାରୁ ବାହିନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.