ଅମ୍ବାନୀ ପରିବାରର ଗ୍ରାଣ୍ଡ ୱେଡିଂ,ପରିବାରକୁ ଆସିଲେ ନୂଆ ଅତିଥି

ଅମ୍ବାନୀ ପରିବାରରେ ନୂଆ ଅତିଥି । ପୁଅ ବାହାଘର କରି ଘରକୁ ବୋହୂ ଆଣିଛନ୍ତି ରିଲାଏନ୍ସ ଗ୍ରୁପ ମୁଖ୍ୟ ତଥା ବିଜନେସ୍ ଟାଇକୁନ୍ ମୁକେଶ ଅମ୍ବାନୀ । ବଡ଼ ପୁଅ ଆକାଶ ଅମ୍ବାନୀଙ୍କ ବାହାଘର ମୁମ୍ବାଇରେ ବେଶ ଧୁମଧାମରେ ଅନୁଷ୍ଠିତ ହୋଇଛି । ଶ୍ଳୋକା ମେହେତାଙ୍କ ହାତ ଧରିଛନ୍ତି ଆକାଶ ।

isha ambaniହାଇପ୍ରୋଫାଇଲ୍ ବାହାଘରରେ ସାମିଲ ହୋଇଥିଲେ ଶିଳ୍ପ, ଫିଲ୍ମ ଓ କ୍ରୀଡ଼ା ଦୁନିଆର ବହୁ ହେଭିୱେଟ୍ । ଆକାଶ ଓ ଶ୍ଳୋକାଙ୍କ ମେରେଜ୍ ସେରିମୋନୀକୁ ଆସିଥିଲେ ଜାତିସଂଘର ପୂର୍ବତନ ମହାସଚିବ ବାନ୍ କି ମୁନ୍ ଓ ବ୍ରିଟେନର ପୂର୍ବାତନ ପ୍ରଧାନମନ୍ତ୍ରୀ ଟୋନୀ ବ୍ଲେୟାର ଓ ତାଙ୍କ ପତ୍ନୀ ।

akash baratiସେହିପରି ଟାଟା ସନ୍ସ ଚେୟାରମ୍ୟାନ୍ ରତନ ଟାଟା, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍. ଡି. ଦେବେଗୌଡ଼ା, ସାଉଥ ସୁପରଷ୍ଟାର ରଜନୀକାନ୍ତ, କିଙ୍ଗ ଖାନ୍ ଶାହାରୁଖ, ଆମୀର ଖାନ୍, ରଣବୀର କପୁର, କରଣ ଜୋହର, ସଚିନ ତେନ୍ଦୁଲକରଙ୍କ ସମେତ ବହୁ ସେଲିବ୍ରିଟି । ବାହାଘରରେ ଜମିଥିଲା ନାଚ ଗୀତର ଆସର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.