ରାଜନୈତିକ ଦଳଗୁଡ଼ିକୁ ନିର୍ବାଚନ କମିଶନଙ୍କ ଚେତାବନୀ, ପ୍ରଚାର କିମ୍ବା ବିଜ୍ଞାପନରେ ସେନବାହିନୀର ଫଟୋ କିମ୍ବା ନାଁ ବ୍ୟବହାର ହେବ ନାହିଁ

ନୂଆଦିଲ୍ଲୀ (କେନ୍ୟୁଜ୍) : ରାଜନୈତିକ ଦଳଗୁଡ଼ିକୁ ନିର୍ବାଚନ କମିଶନଙ୍କ ଚେତାବନୀ । ଆଗାମୀ ନିର୍ବାଚନ ପ୍ରଚାର କିମ୍ବା ବିଜ୍ଞାପନରେ ସେନବାହିନୀର ଫଟୋ କିମ୍ବା ନାଁକୁ ବ୍ୟବହାର କରି ପାରିବେ ନାହିଁ । ଆଦର୍ଶ ଆଚରଣ ବିଧି ଲାଗୁ ପରେ କୌଣସି ରାଜନୈତିକ ଦଳ ଯେଭଳି ଏହାର ଫାଇଦା ନେବାରୁ ଦୂରେଇ ରହିବେ ସେନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ବାଚନୀ ପ୍ରଚାର ପ୍ରସାରରେ ସେନାଧ୍ୟକ୍ଷ, ଅନ୍ୟ କୌଣସି ସେନା ଅଧିକାରୀ କିମ୍ବା ସେନାବାହିନୀ କାର୍ଯ୍ୟ ସମ୍ପର୍କିତ କୌଣସି ଫଟୋ କୌଣସି ପ୍ରକାରେ ନିର୍ବାଚନ ପ୍ରଚାରରେ ଯେଭଳି ବ୍ୟବହାର କରା ନଯାଏ ସେନେଇ କଡ଼ା ନିର୍ଦ୍ଦେଶ ରହିଛି ।

electionକିଛି ରାଜନୈତିକ ଦଳ, ନେତା ଓ ଆଶାୟ ପ୍ରାର୍ଥୀ ନିର୍ବାଚନୀ ପ୍ରଚାର ପ୍ରସାର ନିମନ୍ତେ ବିଜ୍ଞାପନରେ ସେନା ଅଧିକାରୀ କିମ୍ବା କର୍ମଚାରୀଙ୍କ ଫଟୋ ବ୍ୟବହାର କରୁଛନ୍ତି । ଏଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା ପ୍ରତିରକ୍ଷା ମନ୍ତ୍ରାଳୟ । ସେହିପରି ପୂର୍ବରୁ ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ୍ ଏଲ୍. ରାମଦାସ ଏନେଇ ମଧ୍ୟ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରି ଚିଠି ଲେଖିଥିଲେ । ବାଲାକୋଟ ଏୟାରଷ୍ଟ୍ରାଇକକୁ ନେଇ ହେଉଥିବା ରାଜନୀତିକରଣକୁ ସେ ଉଦାହରଣ ଦେଇଥିଲେ । ତାପରେ ଏଭଳି ପଦକ୍ଷେପ ନେଇଛନ୍ତି ନିର୍ବାଚନ କମିଶନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.