Below header

ଦୀର୍ଘ ଦୁଇ ମାସ ପରେ ଆଜି ରାଜ୍ୟରେ ଗଡ଼ିଲା ଘରୋଇ ବସ୍‌

ଭୁବନେଶ୍ବର: ଦୀର୍ଘ ଦୁଇ ମାସ ପରେ ଆଜି  ରାଜ୍ୟରେ ଗଡ଼ିଲା ଘରୋଇ ବସ୍‌ । ବସ୍‌ର କ୍ଷମତା ଅନୁସାରେ ଯାତ୍ରୀ ଯାତାୟତ କରିବେ । କୌଣସି ଯାତ୍ରୀ ବସରେ ଛିଡା ହୋଇ ଯାଇପାରିବେନି । ସାମାଜିକ ଦୂରତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏହାସହିତ ପୂର୍ବ ନିର୍ଦ୍ଧାରିତ ଭଡ଼ା ଅନୁଯାୟୀ ଭଡ଼ା ଦେବେ ଯାତ୍ରୀ ।

ବସ୍‌ରେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଆଯିବା ସହିତ ଯାତ୍ରୀମାନଙ୍କୁ ସବୁ ନିୟମ କଡାକଡି ଭାବେ ପାଳନ କରିବାକୁ ଅନୁରୋଧ କରାଯାଇଛି । ସୂଚନା ଥାଉକି, କରୋନା ଲକଡାଉନ୍‌ ପାଇଁ ଗତ ଦୁଇ ମାସ ହେବ ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ ରହିଥିଲା । ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ସବୁ ଜୋନ୍‌ରେ ବସ୍‌ ଚଳାଇବାକୁ ଅନୁମତି ଦିଆଯାଇଥିଲେ ସୁଧା ବସ୍‌ ମାଲିକମାନେ ରାଜି ହୋଇନଥିଲେ । କିନ୍ତୁ ଗତକାଲି ପରିବହନ ମନ୍ତ୍ରୀଙ୍କ ସହ ବସ୍‌ ମାଲିକ ସଂଘର ବୈଠକ ପରେ ବସ୍‌ ଚଳାଚଳ ନେଇ ନିଷ୍ପତ୍ତି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.