Below header

କରୋନା ମଧ୍ୟରେ ୭୦୦ ପରିବାରର ଦାୟିତ୍ୱ ନେଲେ ଅଜୟ ଦେବଗନ୍‌, ଲୋକଙ୍କୁ ସାହାଯ୍ୟ କରିବାକୁ କଲେ ଅପିଲ

ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇରେ ସବୁଠୁ ଅଧିକ କରୋନା ମାମଲା ଦେଖିବାକୁ ମିଳିଛି। ଶତ ପ୍ରଚେଷ୍ଟା ସତ୍ତ୍ୱେ ସଂକ୍ରମିତଙ୍କ ସଂଖ୍ୟା କମିବାର ନାଁ ଧରୁନି। ଧନୀଙ୍କ ତୁଳନାରେ ଅଧିକାଂଶ ଗରିବ ଲୋକ କରୋନା ସଂକ୍ରମିତ ହେଉଛନ୍ତି। ଏଭଳିସ୍ଥିତିରେ ଅଭିନେତା ଅଜୟ ଦେବଗନ୍‌ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ନିଜେ ସାହାଯ୍ୟ କରିବା ସହ ସେ ଅନ୍ୟମାନଙ୍କୁ ମଧ୍ୟ ଅସହାୟଙ୍କୁ ସାହାଯ୍ୟ କରିବାକୁ ଅପିଲ କରିଛନ୍ତି।

ଅଜୟ ଦେବଗନ୍‌ ମୁମ୍ବାଇର ବସ୍ତିଅଞ୍ଚଳ ଧାରାବୀରେ ରହୁଥିବା ୭୦୦ ପରିବାରର ଦାୟିତ୍ୱ ନେଇଛନ୍ତି। କିଛି ଦିନ ପୂର୍ବରୁ ସେ ପ୍ରବାସୀଙ୍କୁ ଘରକୁ ପଠାଇବାରେ ସାହାଯ୍ୟ କରୁଥିବା ଅଭିନେତା ସୋନୁ ସୁଦ୍‌ଙ୍କ କାମକୁ ପ୍ରଶଂସା କରିଥିଲେ। ଏବେ ନିଜେ ଲୋକଙ୍କ ସାହାଯ୍ୟ କରିବା ପାଇଁ ଓହ୍ଲାଇଛନ୍ତି।

ଅଜୟ ଦେବଗନ୍‌ ଟ୍ଵିଟ୍‌ କରି ଏନେଇ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ‘ଧାରାବୀ କୋଭିଡ୍‌-୧୯ର କେନ୍ଦ୍ରସ୍ଥଳ ପାଲଟିଛି। କେତେକ ଲୋକ ଏମ୍‌ସିଜିଏମ୍‌ ସାହାଯ୍ୟରେ ଦିନରାତି କାମ କରୁଛନ୍ତି। କେତେକ ଏନ୍‌ଜିଓ ଲୋକଙ୍କ ନିକଟରେ ରାସନ ଓ ହାଇଜିନ୍‌ କିଟ୍‌ ଉପଲବ୍ଧ କରାଉଛନ୍ତି। ଆମେ ୭୦୦ ପରିବାରକୁ ସାହାଯ୍ୟ କରୁଛୁ। ଆପଣ ମାନେ ବି ଦାନ କରନ୍ତୁ।’ ଅନ୍ୟପଟେ ଅଜୟଙ୍କ କାମକୁ ସବୁ ମହଲରୁ ପ୍ରଶଂସା କରାଯାଉଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.