ଏବେ ହ୍ଵାଟ୍ସଆପ୍‌ରେ କରିହେବ ଗ୍ୟାସ୍‌ ସିଲିଣ୍ଡର ବୁକ୍‌, ଜାଣନ୍ତୁ କେମିତି

ଲୋକମାନେ ହାଇଟେକ୍‌ ହେବା ସହ ଏବେ କମ୍ପାନୀମାନେ ମଧ୍ୟ ଗ୍ରାହକଙ୍କୁ ଭଲ ସେବା ଯୋଗାଇବା ପାଇଁ ଟେକ୍ନୋଲୋଜି ବ୍ୟବହାର କରୁଥିବା ଦେଖାଯାଇଛି। ଟ୍ରାଭେଲ ପୋର୍ଟାଲ ଓ ହୋମ୍‌ ଅପ୍ଲାୟନ୍ସ କମ୍ପାନୀ ହ୍ଵାଟ୍ସଆପ୍‌ରେ ସେବା ଉପଲବ୍ଧ କରାଇବା ପରେ ଏବେ ଏହି ତାଲିକାରେ ଗ୍ୟାସ୍‌ ସିଲିଣ୍ଡର କମ୍ପାନୀ ମଧ୍ୟ ଯୋଡ଼ି ହୋଇଛି। ଏବେ ଗ୍ରାହକ ହ୍ଵାଟ୍ସଆପ୍‌ରେ ବି ଗ୍ୟାସ୍‌ ବୁକ୍‌ କରିପାରିବେ।

TIWARI BHARATGAS AGENCY, Near MLA Halwankar Offo - Cooking Gas ...

ଦେଶର ଅନ୍ୟତମ ବଡ଼ ତୈଳ ମାର୍କେଟିଂ କମ୍ପାନୀ ଭାରତ ପେଟ୍ରୋଲିୟମ୍‌(BPCL) ଗ୍ୟାସ୍‌ ଉପଭୋକ୍ତାଙ୍କ ପାଇଁ ନୂଆ ସୁବିଧା ଆରମ୍ଭ କରିଛି। ରିପୋର୍ଟ ମୁତାବକ ଏବେ ଆପଣ ହ୍ଵାଟ୍ସଆପ୍‌ ମାଧ୍ୟମରେ ଗ୍ୟାସ୍‌ ସିଲିଣ୍ଡର ବୁକ୍‌ କରିପାରିବେ। ଏହି ସୁବିଧା ସାରା ଦେଶରେ ଲାଗୁ କରାଯାଇଛି। ଦେଶରେ ଭାରତ ପେଟ୍ରୋଲିୟମ୍‌ର ୭୧ ମିଲିୟନ୍‌ ଗ୍ରାହକ ଅଛନ୍ତି। ଗ୍ୟାସ୍‌ ବିତରଣ ମାମଲାରେ ଇଣ୍ଡିଆନ୍‌ ଅଏଲ ପରେ ଭାରତ ପେଟ୍ରୋଲିୟମ୍‌ ଦେଶର ଦ୍ୱିତୀୟ ବଡ଼ କମ୍ପାନୀ।

BPCL to Invest INR 1,500-1,700 Crore in Floating LNG Terminal in AP

ଏମିତି କରନ୍ତୁ ବୁକିଂ:

ଭାରତ ଗ୍ୟାସ୍‌ ମୁତାବକ ଘରୋଇ ଗ୍ୟାସ୍‌ ଉପଭୋକ୍ତା ହ୍ଵାଟ୍ସଆପ୍‌ ନମ୍ବର ୧୮୦୦୨୨୪୩୪୪ରେ ନିଜ ଗ୍ୟାସ୍‌ ବୁକ୍‌ କରିପାରିବେ। ଏଥିରେ କେବଳ ରେଜିଷ୍ଟର ହୋଇଥିବା ନମ୍ବରରୁ ହିଁ ବୁକ୍‌ କରିହେବ। ହ୍ଵାଟ୍ସଆପ୍‌ରେ ବୁକ୍‌ କରିବା ପରେ ଆପଣଙ୍କ ମୋବାଇଲକୁ ଏକ ମେସେଜ୍‌ ଆସିବ। ସେଥିରେ ବୁକିଂ ନମ୍ବର ଲେଖାଥିବ। ଏହି ମେସେଜ୍‌ରେ ଗ୍ୟାସ୍‌ ସିଲିଣ୍ଡର ଅନ୍‌ଲାଇନ୍‌ ପେମେଣ୍ଟ ପାଇଁ ଲିଙ୍କ୍‌ ଥିବ। ଏହି ଲିଙ୍କ ମାଧ୍ୟମରେ ଗ୍ରାହକ ଡେବିଟ୍‌, କ୍ରେଡିଟ୍‌, ୟୁପିଆଇ କିମ୍ବା ଅନ୍ୟ ଅନ୍‌ଲାଇନ୍‌ ପେମେଣ୍ଟ ପ୍ଲାଟଫର୍ମରୁ ସିଲିଣ୍ଡର ପାଇଁ ଟଙ୍କା ପୈଠ କରିପାରିବେ।
ଗ୍ୟାସ୍‌ ବୁକିଂ ପାଇଁ ହ୍ଵାଟ୍ସଆପ୍‌ ନମ୍ବର ଲଞ୍ଚ୍‌ କରିବା ଅବସରରେ କମ୍ପାନୀର ମାର୍କେଟିଂ ଡାଇରେକ୍ଟର ଅରୁଣ ସିଂହ କହିଛନ୍ତି ଯେ ଏବେ ଲୋକଙ୍କ ପାଇଁ ଗ୍ୟାସ୍‌ ସିଲିଣ୍ଡର ବୁକ୍‌ କରିବା ଆହୁରି ସହଜ ହୋଇଗଲା। ହ୍ଵାଟ୍ସଆପ୍‌ର ବହୁଳ ବ୍ୟବହାର ଯୋଗୁ ଲୋକେ ସହଜରେ ଏହା ମାଧ୍ୟମରେ ବୁକ୍‌ କରିପାରିବେ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.