ନିରାଡ଼ମ୍ବର ପରିବେଶରେ ଆଡମ୍ବର ସହକାରେ ସମ୍ପନ୍ନ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ବିବାହ ଉତ୍ସବ

ଭୁବନେଶ୍ବର: ନିରାଡ଼ମ୍ବର ସହକାରେ ସମ୍ପନ୍ନ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ବିବାହ ଉତ୍ସବ । ବିବାହ ଉତ୍ସବରେ ଦେଖିବାକୁ ମିଳିଥିଲା ଅଳ୍ପ ବରଯାତ୍ରୀଙ୍କୁ । ଖାଲି ଘଣ୍ଟ,କାହାଳୀ ଓ ଶଙ୍ଖ ବାଜୁଥିଲା। ଯାହା ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ଭକ୍ତିଭାବରେ କନ୍ୟାଘର ପକ୍ଷରୁ ବରଯାତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା।

sibaବିଧି ଅନୁସାରେ ବାଟ ବରଣ ହେଲା ଓ ଅନ୍ଯ ରୀତିନୀତି ହେବାପରେ ଶେଷରେ ଦେବ ଦମ୍ପତିଙ୍କ ହାତଗଣ୍ଠି ପଡ଼ିଥିଲା । ଏବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଯାଇଛି। କରୋନା କଟକଣା ପାଇଁ ଏହି ପ୍ରସିଦ୍ଧ ବିବାହ କାର୍ଯ୍ୟକ୍ରମ ବିଳମ୍ବିତ ରାତି ପାଖାପାଖି  ୧୧.୪୫ ପରେ ଆରମ୍ଭ ହୋଇଥିଲା । ବଡ଼ି ଭୋରରୁ ହାତଗଣ୍ଠି ପଡୀ ବିବାହ  ସମ୍ପନ୍ନ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.