ଶୀତଳଷଷ୍ଠୀ ପାଇଁ ଉତ୍ସବମୁଖର ସମ୍ବଲପୁର ସହର: ସବୁ ରୀତିନୀତି ସହକାରେ ଶେଷ ହୋଇଛି ଦେବ ଦମ୍ପତିଙ୍କ ବିବାହ ଉତ୍ସବ

ସମ୍ବଲପୁର: ଆଜି ଶୀତଳଷଷ୍ଠୀ ।ଏଥିପାଇଁ ଉତ୍ସବମୁଖର ସମ୍ବଲପୁର ସହର । ନିରାଡମ୍ବର ପରିବେଶ ମଧ୍ୟରେ ସବୁ ରୀତିନୀତି ସହକାରେ ଶେଷ ହୋଇଛି ଦେବ ଦେବ ମହାଦେବଙ୍କ ସହ ମାତା ପାର୍ବତୀଙ୍କ ବିବାହ ଉତ୍ସବ । ସଂପୂର୍ଣ୍ଣ ଲୋକାଚାରରେ ବାସୁଦେବ ପଦ୍ଧତିରେ ବିବାହ ସଂପୂର୍ଣ୍ଣ ହୋଇଛି ଏହି ବିବାହ।

ରାତୀରେ ଚତୁର୍ଥ ପ୍ରହର ଶୁଭ ଲଗ୍ନରେ ଦେବ ଦମ୍ପତିଙ୍କ ହସ୍ତଗଣ୍ଠି ପଡିଥିଲା। ଆସନ୍ତାକାଲି ସକାଳେ ଦେବଦମ୍ପତି ଭକ୍ତମାନଙ୍କୁ ଦର୍ଶନ ଦେବେ। ଚଳିତ ବର୍ଷ କରୋନା କଚକଣା ପାଇଁ ନଗର ପ୍ରରିକ୍ରମାକୁ ବନ୍ଦ ରଖାଯାଇଛି। ଭକ୍ତମାନେ କିଭଳି ସାମାଜିକ ଦୂରତାକୁ ବଜାୟ ରଖି ମହାଦେବଙ୍କୁ ଦର୍ଶନ କରିପାରିବେ ସେଥିପ୍ରତି ବ୍ଯାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

You might also like