Below header

କିସ୍‌ର ନୂଆ କୁଳପତି ଭାବେ ଯୋଗ ଦେଲେ ପ୍ରଫେସର ଦୀପକ କୁମାର ବେହେରା

ଭୁବନେଶ୍ୱର(କେନ୍ୟୁଜ୍‌) :  ବିଶିଷ୍ଟ ଶିକ୍ଷାବିତ୍‌ ତଥା ନୃତତ୍ତ୍ୱବିତ୍‌ ଏବଂ ଦକ୍ଷ ପ୍ରଶାସକ ପ୍ରଫେସର ଦୀପକ କୁମାର ବେହେରା କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଯୋଗ ଦେଇଛନ୍ତି। କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସମେତ ଉଭୟ କିଟ୍‌ ଓ କିସ୍‌ ବିଶ୍ୱ ବିଦ୍ୟାଳୟର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ମଙ୍ଗଳବାର ପ୍ରଫେସର ବେହେରା ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

କିସ୍‌ ବିଶ୍ୱ ବିଦ୍ୟାଳୟରେ ଯୋଗଦାନ ପୂର୍ବରୁ ପ୍ରଫେସର ବେହେରା ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିବା ସହ ବଲାଙ୍ଗିର ସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହେବାର ଗୌରବ ଅର୍ଜ୍ଜନ କରିଥିଲେ । କାଲିଫର୍ଣ୍ଣିଆ ଷ୍ଟେଟ୍‌ ୟୁନିଭରସିଟିରେ ଫୁଲବ୍ରାଇଟ୍‌ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ କରିଥିବା ପ୍ରଫେସର ବେହେରା ନୃତତ୍ତ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ଅବାଦନ ନିମନ୍ତେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି।

ଭାରତରେ ସାଂସ୍କୃତିକ ନୃତତ୍ତ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ପ୍ରଫେସର ବେହେରାଙ୍କୁ କୋଲକାତାସ୍ଥିତ ଏସିଆଟିକ୍‌ ସୋସାଇଟି ପକ୍ଷରୁ ସମ୍ମାନଜନକ ଶରତ ଚନ୍ଦ୍ର ରାୟ ସ୍ମାରକୀ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ପ୍ରଫେସର ବେହେରାଙ୍କ ୧୨୦ରୁ ଅଧିକ ଗବେଷଣାତ୍ମକ ସନ୍ଦର୍ଭ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଜର୍ଣ୍ଣାଲର ପ୍ରକାଶ ପାଇଛି। ସେ ମଧ୍ୟ କ୍ରମାଗତ ଭାବେ ଦୁଇ ଥର ବିଶ୍ୱ ନୃତତ୍ତ୍ୱ ସଂଘ (ଇଣ୍ଟରନ୍ୟାସନାଲ ୟୁନିୟନ୍‌ ଅଫ୍‌ ଆନ୍‌ଥ୍ରୋପୋଲୋଜିକାଲ୍‌ ଆଣ୍ଡ ଇଥନୋଲୋଜିକାଲ ସାଇନ୍‌ସେସ୍‌ , ଆଇୟୁଏଇଏସ୍‌)ର କାର୍ଯ୍ୟକାରୀ ବୋର୍ଡର ସଦସ୍ୟ ଭାବେ କାର୍ଯ୍ୟ କରିବାର ଗୌରବ ଅର୍ଜ୍ଜନ କରିଥିଲେ।

ପ୍ରଫେସର ବେହେରା ହେଉଛନ୍ତି ଆଇୟୁଏଇଏସ୍‌ ଇଣ୍ଟରନ୍ୟାସନାଲ କମିଶନ୍‌ ଅନ୍‌ ଆନ୍‌ଥ୍ରୋପୋଲୋଜି ଅଫ୍‌ ଚିଲ୍‌ଡ୍ରେନ୍‌, ୟୁଥ୍‌ ଆଣ୍ଡ ଚାଇଲ୍ଡହୁଡ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ। କିସ୍‌ ବିଶ୍ୱବିଦ୍ୟାଳୟରେ ଯୋଗ ଦେବା ପରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସମାନ୍ତ ପ୍ରଫେସର ବେହେରାଙ୍କୁ ଅଭିନନ୍ଦନ ଜଣାଇବା ସହ କିସ୍‌ ଭଗବାନଙ୍କ ଏକ ଅନବଦ୍ୟ କୃତି ବୋଲି କହିଛନ୍ତି। ଇଶ୍ୱରଙ୍କ ଆଶୀର୍ବାଦାରେ କିସ୍‌ ପରିଚାଳାନା ହେଉଛି। ବିନା ଦେୟରେ ରହିବା, ଖାଇବା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସହ ୩୦ ହଜାର ଜନଜାତି ଛାତ୍ରାଛ୍‌ତ୍ରୀଙ୍କୁ ନେଇ ଚାଲିଥିବା ବିଶ୍ୱର ଏକମାତ୍ର ଜନଜାତି ବିଶ୍ୱ ବିଦ୍ୟାଳୟ ହେଉଛି କିସ୍‌। ଆଗାମୀ ଦିନରେ କିସ୍‌ ବିଶ୍ୱର ଏକ ବିରଳ ଅନଷ୍ଠାନର ମାନ୍ୟତା ପାଇବ ବୋଲି ଡକ୍ଟର ସାମନ୍ତ ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ଜଣେ ବିଶିଷ୍ଟ ଶିକ୍ଷାବିତ୍‌ କିସ୍‌ ବିଶ୍ୱବିଦ୍ୟାଳୟର ଉପ କୁଳପତି ଓ ବିଶ୍ୱରେ ବେଶ୍‌ ନାଁ କମେଇ ଥିବା ଜଣେ ଓଡିଆ ବ୍ୟକ୍ତି କିସ୍‌ ବିଶ୍ୱ ବିଦ୍ୟାଳୟର ଉପକୁଳାଧିପତି ଭାବେ ଯୋଗ ଦେଉଥିବା ଡକ୍ଟର ଅଚ୍ୟୁତ ସାମନ୍ତ ସୂଚନା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.