ହିନ୍ଦୁ ଧର୍ମରେ ଶିଶୁଙ୍କୁ ପୋଡାନଯାଇ ମାଟିରେ ପୋତିଦିଆଯାଏ କାହିଁକି ଜାଣନ୍ତୁ

ପୃଥିବୀ ଲୋକରେ ସତ ଯଦି କିଛି ହୋଇଥାଏ ତେବେ ତାହା ହେଉଛି ପ୍ରାଣୀର ମୃତ୍ୟୁ। ମୃତ୍ୟୁ ପରେ ଶବ ସଂସ୍କାର ନେଇ ବିଭିନ୍ନ ଧର୍ମରେ ଭିନ୍ନ ଭିନ୍ନ ପ୍ରଥା ପରମ୍ପରା ରହିଥାଏ । ଯେମିତିକି ହିନ୍ଦୁ ଧର୍ମରେ ଶବକୁ ପୋଡ଼ି ଦିଆଯାଏ । ଖ୍ରୀଷ୍ଟ ଓ ମୁସଲମାନ ଧର୍ମରେ ଶବକୁ କବର ଦିଆଯାଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ହିନ୍ଦୁ ଧର୍ମରେ ନବଜାତ ଶିଶୁର ମୃତ୍ୟୁ ପରେ ତାର ଶରୀରକୁ ଜଳାଇବା ବଦଳରେ କାହିଁକି ପୋତି ଦିଆଯାଏ। ଯଦି ଆପଣ ଏହାର କାରଣ ଜାଣିନାହାଁନ୍ତି ତାହେଲେ ଜାଣନ୍ତୁ।

ନବଜାତ ଶିଶୁ ଏବଂ ସନ୍ୟାସୀଙ୍କୁ ଜଳାଇବା ବଦଳରେ କାହିଁକି ପୋତି ଦିଆଯାଏ ଏହାର କାରଣ ଜାଣିବା ପୂର୍ବରୁ ଏହା ପ୍ରଥମେ ଆସନ୍ତୁ ଜାଣିନେବା ଆମ ହିନ୍ଦୁ ଧର୍ମରେ କେଉଁ ବୟସର ବାଳିକା ଏବଂ ବାଳକଙ୍କୁ ମୃତ୍ୟୁପରେ ପୋତିଦେବାର ନିୟମ ରହିଛି। ଗରୁଡ ପୁରାଣରେ ବର୍ଣ୍ଣିତ କଥା ଅନୁଯାୟୀ ପକ୍ଷୀରାଜ ଗରୁଡଙ୍କ ପ୍ରଶ୍ନରେ ବିଷ୍ଣୁ ଉତ୍ତର ଦେଇ କହିଲେ ହେ ଗରୁଡ, ଯଦି କୌଣସି ସ୍ତ୍ରୀଙ୍କର ଗର୍ଭପାତ ହୋଇଯାଏ କିମ୍ବା ଦୁଇ ବର୍ଷ ମଧ୍ୟରେ କୌଣସି ବାଳକ ଅବା ବାଳିକାର ମୃତ୍ୟୁ ହୋଇଯାଏ ତେବେ ତାଙ୍କୁ ପୋଡିବା ବଦଳରେ ମାଟିରେ ଗାତ ଖୋଳି ପୋତିଦେବା ଉଚିତ। ଏବଂ ଏହାଠାରୁ ଅଧିକ ବୟସର ବ୍ୟକ୍ତିଙ୍କର ଯଦି ମୃତ୍ୟୁ ହୋଇଯାଏ ତେବେ ତାଙ୍କୁ ପୋଡିଦେବା ଉଚିତ। ଗରୁଡ ପୁରାଣ ଅନୁଯାୟୀ ମନୁଷ୍ୟ ଯେତେବେଳେ ଜନ୍ମ ନିଏ ଦୁଇ ବର୍ଷ ପର୍ଯ୍ୟନ୍ତ ସେ ସଂସାରର ମୋହ ମାୟା ବିଷୟରେ କିଛି ଜାଣିନଥାଏ। ଏମିତି ସ୍ଥିତିରେ ତା ଶରୀରରେ ଥିବା ଆତ୍ମା ଉପରେ ତାର ଲୋଭ ଆସିନଥାଏ। ଏଥିପାଇଁ ଦୁଇ ବର୍ଷ ବୟସର ସେହି ଶିଶୁ ମୃତ୍ୟୁକୁ ଭଲ ପାଇଯାଏ ଏବଂ ସହଜରେ ସେ ତାର ଶରୀରକୁ ତ୍ୟାଗ କରିଦିଏ।

childମଣିଷ ଯେତେ ବଡ ହୋଇ ହୋଇ ଯାଏ ଏବଂ ସଂସାରର ମୋହ ମାୟାରେ ବାନ୍ଧି ହୋଇଯାଏ, ସେତେ ସେତେ ଶରୀରରେ ଥିବା ଆତ୍ମା ପ୍ରତି ତାର ମୋହ, ମାୟା ବା ଲୋଭ ଆସିଯାଏ। ଏହି କାରଣରୁ ମୃତ୍ୟୁ ପରେ ମଣିଷର ଆତ୍ମା ସେହି ଶରୀର ଭିତରକୁ ସେତେ ପଯ୍ୟର୍ନ୍ତ ପ୍ରବେଶ କରିବାକୁ ଚେଷ୍ଟା କରିଥାଏ ଯେତେ ପର୍ଯ୍ୟନ୍ତ ମୃତକଙ୍କ ଶରୀରକୁ ପୋଡିଦିଆନଯାଇଛି। ଗରୁଡ ପୁରାଣରେ କୁହାଯାଇଛି ଅନ୍ତିମ ସଂସ୍କାରର ଅର୍ଥ ଦାହ ସଂସ୍କାର। ଯେତେବେଳେ ଶରୀରକୁ ଜଳାଇ ଦିଆଯାଏ ସେତେବେଳେ ସେହି ଆତ୍ମା ଅଗ୍ନି ଦ୍ୱାରା ମୁକ୍ତି ପାଇଯାଏ। ଯାହାପରେ ଉକ୍ତ ଆତ୍ମାର ସେହି ଶରୀର ପ୍ରତି କୌଣସି ପ୍ରେମ ଜାଗ୍ରତ ହୋଇନଥାଏ।

ଅଗ୍ନିକୁ ହିନ୍ଦୁ ଧର୍ମରେ ଏକ ପ୍ରବେଶ ଦ୍ୱାରା କୁହାଯାଏ। ଯାହା ମାଧ୍ୟମରେ ମୃତକଙ୍କୁ ଯେତେବେଳେ ଜଳାଇ ଦିଆଯାଏ ସେତେବେଳେ ସେ ଆଧ୍ୟାତ୍ମିକ ଜଗତରେ ପ୍ରବେଶ କରିପାରେ। କିନ୍ତୁ ଯଦି ଶିଶୁଙ୍କ କଥା କହିବା ଯେଉଁମାନେ କି ଅଧିକ ଜୀବନ ଜିଇଁ ନଥାନ୍ତି, ସେମାନଙ୍କ ଆତ୍ମାକୁ ତାଙ୍କ ଶରୀର ପ୍ରତି କୌଣସି ଲୋଭ ନଥାଏ। ଏଥିପାଇଁ ଶିଶୁଙ୍କର ମୃତ୍ୟୁ ହୋଇଗଲେ ପୋଡିବା ବଦଳରେ ସେମାନଙ୍କୁ ପୋତି ଦେବାର ବିଧି ରହିଛି। ଏହାବ୍ୟତୀତ ଗରୁଡ ପୁରାଣରେ ଏହା ମଧ୍ୟ କୁହାଯାଇଛି ଯେ ଶିଶୁଙ୍କ ବ୍ୟତୀତ ସାଧୁ ସନ୍ଥ ଏବଂ ଭିକ୍ଷୁକ ମାନଙ୍କୁ ବି ମୃତ୍ୟୁ ପରେ ପୋଡିବା ବଦଳରେ ପୋତି ଦିଆଯାଏ। କାହିଁକିନା ଏମିତି ବ୍ୟକ୍ତି ନିଜ କଠିନ ତପସ୍ୟା ଏବଂ ଆଧ୍ୟାତ୍ମିକ ପ୍ରଶିକ୍ଷଣ ବଳରେ ନିଜ ଶରୀରର ସବୁ ଇନ୍ଦ୍ରୀୟକୁ ନିୟନ୍ତ୍ରିତ କରିଦିଅନ୍ତି। ଯାହାଫଳରେ ମୋହ, ମାୟା, କ୍ରୋଧ, କାମ ଏବଂ ଲୋଭ ଆଦି ଉପରେ ଏମାନେ ବିଜୟ ପ୍ରାପ୍ତି କରିଥାନ୍ତି। ଏମିତିରେ ଏମାନଙ୍କ ଶରୀରରେ ଥିବା ଆତ୍ମାକୁ ଏମାନଙ୍କ ଶରୀର ପ୍ରତି କୌଣସି ଲୋଭ ନଥାଏ।

deadଏଥିପାଇଁ ଯେତେବେଳେ ଏହି ମନୁଷ୍ୟଙ୍କର ମୃତ୍ୟୁ ହୋଇଯାଏ, ତେବେ ସେମାନେ ବିନା କୌଣସି ବାଧାରେ ବୈକୁଣ୍ଠ ଧାମକୁ ଚାଲିଯାନ୍ତି। ଏହାବ୍ୟତୀତ ଭଗବାନ ବିଷ୍ଣୁ ଗରୁଡ ପୁରାଣରେ କହିଛନ୍ତି ଯେତେବେଳେ କୌଣସି ଶିଶୁଙ୍କର ମୃତ୍ୟୁ ହେଉଛି ତେବେ ତାଙ୍କ ଆତ୍ମାର ଶାନ୍ତି ପାଇଁ କଣ କଣ ସବୁ କରିବା ଉଚିତ। ଭଗବାନ ବିଷ୍ଣୁଙ୍କ ଅନୁଯାୟୀ ଯେତେବେଳେ କୌଣସି ଶିଶୁଙ୍କର ମୃତ୍ୟୁ ହେଉଛି ସେତେବେଳେ ଶିଶୁର ମାତା ପିତା କ୍ଷୀର ଦାନ କରିବା ଉଚିତ। କିମ୍ବା ମୃତ ଶିଶୁର ବୟସ ଯେତେ ହୋଇଥିବ ସେତିକି ଜଣ ଶିଶୁଙ୍କୁ ତାର ମାଆ ନିଜ ହାତରେ କ୍ଷୀର ପିଆଇବା ଉଚିତ। କାହିଁକିନା ଶିଶୁର ମୃତ୍ୟୁ ପରେ ତାଙ୍କର ଶ୍ରାଦ୍ଧ କରାଯାଏନାହିଁ। ବିଧି ବିଧାନ ପୂର୍ବକ ଶ୍ରାଦ୍ଧ ସେହିମାନଙ୍କୁ କରାଯାଏ ଯେଉଁ ମୃତ ଶିଶୁର ବ୍ରତୋପନ୍ନୟନ ସରିଥିବ କିମ୍ବା ତାଙ୍କର ମୁଣ୍ଡନ ସରିଥିବ।

ଏହାସହିତ ଭଗବାନ ବିଷ୍ଣୁ କହିଛନ୍ତି ଯେ ଯଦି ବାପା ମାଆଙ୍କ କ୍ଷମତା ଅଛି ତାହେଲେ ସେମାନେ ତାଙ୍କ ମୃତ ଶିଶୁ ନିମନ୍ତେ ବସ୍ତ୍ର ଦାନ କରିପାରନ୍ତି। ବାପା-ମାଆ କିମ୍ବା ପରିଜନ ମୃତ ଶିଶୁ ନିମନ୍ତେ ଯେତେ ଦାନ କରିବେ ସେତେ ଜଲଦି ସେହି ଶିଶୁର ଆତ୍ମାକୁ ନୂଆ ଶରୀର ମିଳିଯାଏ। କେବଳ ଏତିକି ନୁହେଁ ଭଗବାନ ବିଷ୍ଣୁ ଗରୁଡଙ୍କୁ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ କୌଣସି ବାଳକଙ୍କର ମୃତ୍ୟୁ ହୋଇଯାଏ ଏବଂ ତାଙ୍କୁ ମାଟି ତଳେ ପୋତି ଦିଆଯାଏ ସେତେବେଳେ ଶିଶୁର ପରିବାର ସେହି ସ୍ଥାନକୁ ଗୋବରରେ ଲିପି ଗଙ୍ଗାଜଳରେ ତାକୁ ପବିତ୍ର କରି ତାହା ଉପରେ ଏକ ତୁଳସୀ ଗଛ ଲଗାଇ ଦେବାକୁ । କାହିଁକିନା ମାନ୍ୟତା ଅଛି ଯେ ଯେଉଁଠି ତୁଳସୀ ଗଛ ଥାଏ ସେଠାରେ ସ୍ୱୟଂ ବିଷ୍ଣୁ ବାସ କରନ୍ତି। ବିଷ୍ଣୁଙ୍କ ବାସ ଥିବା କାରଣରୁ ମୃତ ବ୍ୟକ୍ତିଙ୍କୁ ଜଲଦି ମୁକ୍ତି ମିଳିଯାଏ। ତାହେଲେ ଏବେ ତ ଆପଣ ଜାଣିସାରିଥିବେ ଯେ ହିନ୍ଦୁ ଧର୍ମରେ ଦୁଇ ବର୍ଷର କମ୍‌ ବାଳକ ଏବଂ ସାଧୁ ସନ୍ୟାସୀଙ୍କୁ ମୃତ୍ୟୁ ପରେ କାହିଁକି ପୋଡାଯାଏନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.